25.1 C
Bhubaneswar
Tuesday, February 24, 2026
Homeଓଡିଶାଅନାସ୍ଥା ଭୋଟରେ ହାରିଲେ ବ୍ରଜରାଜନଗର ପୌରପରିଷଦ ଅଧ୍ୟକ୍ଷା

ଅନାସ୍ଥା ଭୋଟରେ ହାରିଲେ ବ୍ରଜରାଜନଗର ପୌରପରିଷଦ ଅଧ୍ୟକ୍ଷା

ବ୍ରଜରାଜନଗର: ଝାରସୁଗୂଡ଼ା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଗତକାଲି ଉଚ୍ଚ ନ୍ୟାୟାଳୟ ଶ୍ରୀମତୀ ଓରାମଙ୍କ ରିଟ୍‌ ପିଟିସନକୁ ଖାରଜ କରିବା ପରେ ଆଡଭୋକେଟ ଜେନେରାଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭୋଟ ଗଣନା କାର୍ଯ୍ୟ ହୋଇଥିଲା। ଶ୍ରୀମତୀ ଓରାମ ୨୦୨୨ ମାର୍ଚ୍ଚ ୨୬ ତାରିଖରେ ପୌରନିର୍ବାଚନରେ ବିଜୟୀ ହୋଇ ଅଧ୍ୟକ୍ଷା ରୂପେ ବିଜୟୀ ହୋଇଥିଲେ। ବିଜେଡି ଟିକେଟରେ ଲଢ଼ି ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ନିଜ ଦଳର କାଉନସିଲର ନିକଟରେ ସେ ଆସ୍ଥା ଭାଜନ ହୋଇପାରି ନଥିଲେ। କାଉନସିଲରମାନେ ବିଭିନ୍ନ ସମୟରେ ନିଜ ୱାର୍ଡ ସସମସ୍ୟା କହୁଥିଲେ ମଧ୍ୟ ତାର ସମାଧାନ ହେଉ ନଥିଲା। ଫଳରେ ବିଜେଡିର ୨୦ କାଉନସିଲର, ବିଜେପି ୧ ଓ ବିଏସପିର ଜଣେ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking