24.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶସିଲିଣ୍ଡର ଫାଟିବାରୁ ୩ ମୃତ

ସିଲିଣ୍ଡର ଫାଟିବାରୁ ୩ ମୃତ

ହାଇଦ୍ରାବାଦ : ହାଇଦ୍ରାବାଦର ପୁପ୍ପଲଗୁଡାରେ ଏକ ଘରେ ୩ଟି ସିଲିଣ୍ଡର ଫାଟିବାରୁ ୩ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଛି । ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ନିଆଁ ଲାଗିବା ସମୟରେ ସେଠାରେ ପ୍ରାୟ ୮ ଜଣ ଲୋକେ ଥିଲେ । ଅଗ୍ନିକାଣ୍ଡରେ ଏକ ସାତ ବର୍ଷର ଶିଶୁ କନ୍ୟା ସହ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ପାଞ୍ଚ ଜଣଙ୍କୁ ସ୍ଥାନୀୟଲୋକେ, ପୁଲିସ, ଦମକଳ କର୍ମଚାରୀ ଜୀବିତ ଉଦ୍ଧାର କରିଥିଲେ । ପ୍ରଥମେ ଘରର ତଳ ମହଲାରେ ତେଜରାତି ଦୋକାନରେ ଫ୍ରିଜ୍ରେ ବିଦ୍ୟୁତ୍ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗି ପରେ ଏହା ବ୍ୟାପି ଯାଇଥିଲା ବୋଲି ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking