ଭୁବନେଶ୍ୱର : ପ୍ରାଚୀନ ଯୁଗରେ ବିଲେଇ ସୁରକ୍ଷା ଏବଂ ସୌଭାଗ୍ୟ ଆଣିଥାଏ ବୋଲି ବିଶ୍ୱାସ କରାଯାଏ । ହେଲେ ଜାପାନରେ ବିଲେଇକୁ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ । ଆକ୍ୱାରିୟମରେ ଗୋଲଡେନ ଫିସ ରଖିବା ଦ୍ୱାରା ଧନ ଏବଂ ସମୃଦ୍ଧିକୁ ଆକର୍ଷିତ କରେ ବୋଲି ବିଶ୍ୱାସ କରାଯାଏ । କୁକୁର ମାନେ ମାଲିକମାନଙ୍କ ପାଇଁ ସୌଭାଗ୍ୟ , ସୁରକ୍ଷା ଏବଂ ସକରାତ୍ମକ ଶକ୍ତି ଆଣିଥାନ୍ତି । ଘରେ କଇଁଛ ମୂର୍ତ୍ତି ରଖିବା ଦ୍ୱାରା ଭଲ ଶକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ହାତୀକୁ ଜ୍ଞାନ , ଶକ୍ତି ଏବଂ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ । ସେହିପରି ଲେଡିବଗ ଦେଖିବା ସୌଭାଗ୍ୟର କଥା । ଲେଡିବଗ ଉପରେ ଯେତେ ଦାଗ ଥିବ , ସେହି ମାସରେ ଆପଣ ସେତେ ଭାଗ୍ୟବାନ ହେବାର ସମ୍ଭାବନା ରହିଛି । ଘୋଡାମାନଙ୍କୁ ଶକ୍ତି, ସ୍ୱାଧୀନତା ଏବଂ ସଫଳତାର ପ୍ରତୀକ ଭାବରେ ବିବେଚନା କରାଯାଏ। ସେହିପରି ଠେକୁଆକୁ ପ୍ରାଚୁଯ୍ୟର ପ୍ରତୀକ ଭାବେ ବିବେଚନା କରାଯାଏ ।









