29.1 C
Bhubaneswar
Tuesday, February 10, 2026
Homeଓଡିଶାମଣ୍ଡିରେ ଅବ୍ୟବସ୍ଥା: ୨ ମିଲର୍ ଓ ୪ ସମ୍ପାଦକ ନିଲମ୍ବିତ

ମଣ୍ଡିରେ ଅବ୍ୟବସ୍ଥା: ୨ ମିଲର୍ ଓ ୪ ସମ୍ପାଦକ ନିଲମ୍ବିତ

କେନ୍ଦ୍ରାପଡା଼: କେନ୍ଦ୍ରାପଡ଼ା ଜିଲ୍ଲାରେ ୧୧୮ଟି ମଣ୍ଡିରେ ଧାନ କ୍ରୟ ଚାଲିଥିବାରୁ କେତେକ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଖବର ପାଇବା ପରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ୨ ଜଣ ମିଲର୍‌ଙ୍କୁ ନିଲମ୍ବିତ କରିବା ସହ ୭ ମିଲର୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ୪ କୃଷି ସମବାୟ ସମିତି (ଧାନ ମଣ୍ଡିର) ସମ୍ପାଦକଙ୍କୁ ନିଲମ୍ବିତ କରିଥିବାବେଳେ ୧୧ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ନୋଡାଲ୍ ଅଫିସର୍‌ମାନେ ଧାନ କ୍ରୟ ସମୟରେ ମଣ୍ଡିରେ ଉପସ୍ଥିତ ରହିବା ଜରୁରୀ ଥିବାବେଳେ କେତେକ ନୋଡାଲ୍ ଅଫିସର୍ ବିଭିନ୍ନ ଆଳ ଦେଖାଇ ମଣ୍ଡିକୁ ଯାଉନାହାନ୍ତି। ଏଥିପାଇଁ ୯ ନୋଡାଲ୍ ଅଫିସରଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚାଷୀମାନେ ସେମାନଙ୍କର ଧାନ ବିକ୍ରୟ କରୁଥିବାବେଳେ ସମସ୍ତ ସୁବିଧା ସହଯୋଗ ପାଇବା ସହିତ କୈାଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଓ କଟ୍‌ନୀ ଛଟ୍‌ନୀ ନ ହୁଏ ସେଥିପ୍ରତି ଦୃଷ୍ଟି ରଖିବା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ୍ ଅଫିସର ନିଯୁକ୍ତି ଦିଆଯାଇଥିବାବେଳେ ଧାନ କ୍ରୟ ସମୟରେ ଏହି ନୋଡାଲ୍ ଅଫିସରମାନେ ଅନୁପସ୍ଥିତ ରହୁଥିବାରୁ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାବାନୀ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking