19.1 C
Bhubaneswar
Tuesday, February 10, 2026
Homeଓଡିଶାସରକାରଙ୍କୁ ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ପରାମର୍ଶ; ଗଠନ କରନ୍ତୁ ଆୟୁର୍ବେଦ ପରାମର୍ଶଦାତା କମିଟି

ସରକାରଙ୍କୁ ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ପରାମର୍ଶ; ଗଠନ କରନ୍ତୁ ଆୟୁର୍ବେଦ ପରାମର୍ଶଦାତା କମିଟି

ଭୁବନେଶ୍ୱର: ରାଜ୍ୟରେ ଆୟୁର୍ବେଦ ଚିକିତ୍ସାର ବିକାଶ ପାଇଁ ରାଜ୍ୟ ସରକାର ଅଭିଜ୍ଞ ଡାକ୍ତରଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରନ୍ତୁ। ଏଭଳି ପରାମର୍ଶ ଦେଇଛନ୍ତି ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର। ବୁଧବାର ମା’ ଜାନକୀ ସ୍ୱାସ୍ଥ୍ୟମିଶନ ଓ ପ୍ରାଦେଶିକ ଆୟୁର୍ବେଦ କଂଗ୍ରେସ ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସେ ଏଭଳି ପରାମର୍ଶ ଦେଇଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ, ବିଶ୍ୱରେ ବର୍ତ୍ତମାନ ମାତ୍ରାଧିକ ଲୋକ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ହେବା ଏକ ଉଦ୍‌ବେଗର ବିଷୟ ପାଲଟିଛି। କିନ୍ତୁ ଏହାର କାରଣ ଓ ନିରାକାରଣ ପ୍ରତି ଅନେକ ଲୋକ ସଚେତନ ନହେବା ହିଁ ଏହାର ପ୍ରମୁଖ କାରଣ । ଆମମାନଙ୍କର ବିଶୃଙ୍ଖଳିତ ଜୀବନଶୈଳୀ ଓ ନକରାତ୍ମକ ଚିନ୍ତାଧାରା ଏହାର ପ୍ରମୁଖ କାରଣ । କେବଳ ଏଲୋପାଥିକା ଚିକିତ୍ସା ନୁହେଁ ଏହା ସହ ଆୟୁର୍ବେଦ ଚିକିତ୍ସାରେ ଥିବା ଅନେକ ପଦ୍ଧତିକୁ ମାନବସମାଜ ସଠିକ ଭାବେ ପାଳନ କଲେ ଜନସାଧାରଣ ରୋଗମୁକ୍ତ ହୋଇପାରିବେ ବୋଲି ଡାକ୍ତର ମହାପାତ୍ର ମତବ୍ୟକ୍ତ କରିଥିଲେ ।

ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର ଯୋଗଦେଇ ଆମ ସନାତନ ସଂସ୍କୃତିରେ ଆୟୁର୍ବେଦ ଆମର ଜୀବନଶୈଳୀର ପ୍ରମୁଖ ଅଙ୍ଗ ଏବଂ ବିଶ୍ୱକୁ ଆୟୁର୍ବେଦର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଚିକିତ୍ସା କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ପାଇଁ ଡାକ୍ତର ମହାପାତ୍ର ଓ ପ୍ରଶାସନିକ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଜଗନ୍ନାଥ ଚାଟାର୍ଜୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶ୍ୱ ଓଡ଼ିଆ ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମା, ସମ୍ମାନିତ ବକ୍ତା ଭାବେ ଡଃ ଉମେଶ ଚନ୍ଦ୍ର ପୃଷ୍ଟି ଓ ପ୍ରଭାତ ପାଣିଯୋଗ ଦେଇଥିଲେ। ଓଡ଼ିଶା ଆୟୁର୍ବେଦ କଂଗ୍ରେସର ସଭାପତି ଡଃ ଧନେଶ୍ୱର ବଳିୟାର ସିଂହ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ ମମତା ବିଶ୍ୱାଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking