ଯାଜପୁର:ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ସଂସ୍କୃତି ଭବନରେ ଲାଇଫଲୁମ କ୍ଲାସିକ ଅତ୍ୟାଧୁନିକ ଜିମ ସେଣ୍ଟର ଓ ଓଡିଶା ବଡି ବିଲଡିଂ ଏବଂ ଫିଟନେସ ଆସୋସିଏସନର ମିଳିତ ସହଯୋଗରେ ବଡି ବିଲଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଲାଇଫ ଲୁମ କ୍ଲାସିକର ଯୁବ ପତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଡ଼ଭୋକେଟ ଦୀପକ କୁମାର ବାରିକ ସଭାପତିତ୍ୱ କରିଥିବା ବେଳେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଯାଜପୁରରୋଡର ପ୍ରାକ୍ତନ ଅଧ୍ୟକ୍ଷ ତଥା କ୍ରିଷ୍ଣା ଇଣ୍ଟେରନେଶନାଲ ସ୍କୁଲର ଚେୟାରମ୍ୟାନ ଡ କୁଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୁବସମାଜକୁ ନିଜର ଶାରୀରିକ, ମାନସିକ ଓ ଆବେଗିକ ସ୍ୱାସ୍ଥ୍ୟ ଉପରେ ସଚେତନ ରହିବା ପାଇଁ ଆହ୍ୱାନ ଦେଇଥିଲେ l ବ୍ୟାସନଗର ଅଗ୍ନିଶମ କେନ୍ଦ୍ରର ମୁଖ୍ୟ ଅଧିକାରୀ ତାପସ କୁମାର ମନ୍ତ୍ରୀ, ପ୍ରମୁଖ ଯୋଗ ଦେଇ ପ୍ରଶଂସା କରି ଥିଲେ l ଏହି କାର୍ଯ୍ୟକ୍ରମରେ ଶହେ କୋଡିଏରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗନେଇ ଉଚକୋଟିର ଶରୀର ଗଠନର ପ୍ରଦର୍ଶନ କରିଥିଲେ l ଓଡିଶା ବଡି ବିଲଡିଂ ଆସୋସିଏସନର କର୍ମକର୍ତା ଜାହିଦ ମିର୍ଜା, ଏସ କେ ୟାସିନ,ଅନିଲ କୁମାର ପାଣି, ନାରାୟଣ ପଟ୍ଟନାୟକ ପ୍ରଭୃତି ଯୋଗଦେଇ ଏହାକୁ ସୁଚାରୁ ରୂପେ ପରିଚାଳନା କରି ଟ୍ରଫି ଓ ପଦକ ପ୍ରଦାନ କରିବା ଦିଗରେ ସହାୟତା ପ୍ରଦାନ କରିଥିଲେ l ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ ଧନ୍ୟବାଦ ଦେଇଥିଲେ l










