14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଶାଶୂକୁ ମାରିବା ପାଇଁ ମାଷ୍ଟରପ୍ଲାନ୍ କରିଥିଲା ବୋହୂ; ଶେଷରେ କ’ଣ ହେଲା ଜାଣନ୍ତୁ....

ଶାଶୂକୁ ମାରିବା ପାଇଁ ମାଷ୍ଟରପ୍ଲାନ୍ କରିଥିଲା ବୋହୂ; ଶେଷରେ କ’ଣ ହେଲା ଜାଣନ୍ତୁ….

ବାଙ୍ଗାଲୁର: ଶାଶୂକୁ ମାରିବା ପାଇଁ ମାଷ୍ଟରପ୍ଲାନ୍ କରିଥିଲା ବୋହୁ । ବାଙ୍ଗାଲୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ତାଙ୍କ ଶାଶୁଙ୍କଠାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କୁ ବିଷାକ୍ତ ଔଷଧ ମାଗିଥିଲେ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳାଙ୍କ ଦ୍ୱାରା ପଠାଯାଇଥିବା ମେସେଜ୍ ଦେଖିବା ପରେ, ଡାକ୍ତର ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ ଯେ କେହି ଏତେ ତଳକୁ ଖସି ଯାଇପାରେ । ତେବେ ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଜଣେ ଅଜଣା ମହିଳା ବାଙ୍ଗାଲୋରର ଜଣେ ଫେମସ୍ ଡାକ୍ତର ସୁନୀଲ କୁମାରଙ୍କୁ ହ୍ୱାଟସଆପରେ ମେସେଜ୍ କରିଥିଲେ । ସେହି ମେସେଜରେ ମହିଳା ଜଣକ ଲେଖିଥିଲେ, “ମୋ ଶାଶୁଙ୍କୁ ମାରିବା ପାଇଁ ମୋତେ କିଛି ବିଷାକ୍ତ ଔଷଧ ଦରକାର । କଣ ଏଭଳି କିଛି ଔଷଧ ଅଛି ଯାହାକୁ ଖାଇବା ଦ୍ୱାରା ଜଣେ ମରିଯିବ” ତେବେ ଏହି ମେସେଜ୍ ପଢ଼ିବା ପରେ ଡାକ୍ତରଙ୍କ ପାଦ ତଳୁ ମାଟି ଖସିଯାଇଥିଲା ଏବଂ ସେ ତୁରନ୍ତ ପୋଲିସକୁ ଏହା ବିଷୟରେ ଜଣାଇଥିଲେ ।

ଏହି ଘଟଣାକୁ ଏକ ମଜା ଭାବରେ ନେବା ପରିବର୍ତ୍ତେ ଡାକ୍ତର ଏହାକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ସଞ୍ଜୟ ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତରୁ ଜଣାପଡିଛି ଯେ ମହିଳା ଜଣକ ଇନଷ୍ଟାଗ୍ରାମ ମାଧ୍ୟମରେ ଡାକ୍ତରଙ୍କ ନମ୍ବର ପାଇଥିଲେ । ପ୍ରଥମେ ସେ ଡାକ୍ତରଙ୍କ ସହ ଔଷଧ ବିଷୟରେ ସାଧାରଣ କଥାବାର୍ତ୍ତା ହୋଇଥିଲେ ଏବଂ ତା’ପରେ ହଠାତ୍ ପଚାରିଲେ, “ଏଭଳି କିଛି ଔଷଧ ଅଛି କି ଯାହାକୁ ଖାଇବା ଦ୍ୱାରା ମଣିଷର ମୃତ୍ୟୁ ହୋଇପାରେ?” ମହିଳାଙ୍କ ଏଭଳି ପ୍ରଶ୍ନ ଡାକ୍ତରଙ୍କୁ ବିଚଳିତ କରିଦେଇଥିଲା । ଯେତେବେଳେ ମହିଳା ଜଣକ ଦେଖିଲେ ଯେ ଡାକ୍ତର ଏହି ମେସେଜକୁ ଗମ୍ଭୀରତାର ସହ ନେଉଛନ୍ତି, ସେ ତୁରନ୍ତ ତାଙ୍କ ପଠାଇଥିବା ମେସେଜ୍ ଡିଲିଟ କରିଦେଲେ ଏବଂ ଡାକ୍ତରଙ୍କ ନମ୍ବରକୁ ବ୍ଲକ୍ କରିଦେଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା, କାରଣ ସେତେବେଳକୁ ଡାକ୍ତର ମେସେଜର ସ୍କ୍ରିନସଟ୍ ନେଇ ପୋଲିସକୁ ପଠାଇ ସାରିଥିଲେ । ପୋଲିସ ଏବେ ସେହି ମହିଳାଙ୍କୁ ଖୋଜିବାରେ ଲାଗିପଡ଼ିଛି । ପ୍ରାଥମିକ ତଦନ୍ତରେ ପୋଲିସ ସନ୍ଦେହ କରୁଛି ଯେ ଏହି ମାମଲା ଘରୋଇ କଳହ ସହିତ ଜଡିତ ହୋଇପାରେ । ପ୍ରାୟତଃ ଘରେ ଶାଶୁ ଏବଂ ବୋହୂଙ୍କ ମଧ୍ୟରେ ଝଗଡା ହୋଇଥାଏ ଏହା ଏକ ସାଧାରଣ କଥା । କିନ୍ତୁ ଏପରି ବିପଦପୂର୍ଣ୍ଣ ଚିନ୍ତାଧାରା ଏକ ଗମ୍ଭୀର ବିଷୟ । ପୋଲିସ ଏବେ ଜାଣିବାକୁ ଚେଷ୍ଟା କରୁଛି ଯେ ମହିଳା ଜଣକ କିଏ ଏବଂ ସେ ଏପରି ମେସେଜ୍ କାହିଁକି ପଠାଇଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking