ଭୁବନେଶ୍ୱର : କିଟ ହଷ୍ଟେଲରେ ନେପାଳର ଛାତ୍ରୀ ମୃତ୍ୟୁ ଘଟଣାରେ କ୍ୟାମ୍ପସକୁ ଫେରିବାକୁ ନେପାଳର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ନେପାଳ କାଉନସେଲରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି , ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରାଯିବ । ଅନ୍ୟପଟେ ଅଭିଯୁକ୍ତକୁ ଅଧିକ ପଚାରାଉଚାରା ପାଇଁ ରିମାଣ୍ଡରେ ନେଇଛି ପୋଲିସ । ମୃତା ଛାତ୍ରୀର ଲାପଟପ , ଫୋନ ଜବତ କରି ଫୋରେନସିକ ଲ୍ୟାବକୁ ପଠାଯାଇଛି ।










