30.1 C
Bhubaneswar
Sunday, February 8, 2026
Homeଓଡିଶାତାଲା ଭାଙ୍ଗି ୩ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଲୁଟିନେଲେ ଲୁଟେରା

ତାଲା ଭାଙ୍ଗି ୩ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଲୁଟିନେଲେ ଲୁଟେରା

ବାଲେଶ୍ବର : ବ୍ୟବସାୟୀଙ୍କ ଘରର ତାଲା ଭାଙ୍ଗି ୩ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଟଙ୍କା ସମେତ ସୁନାଗହଣା ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ବାଲେଶ୍ବର କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାର ନିକଟରେ ଗତକାଲି ଏଭଳି ଘଟଣା ଘଟିଛି । କାନପୁର ଗାଁର ରଞ୍ଜିତ ଦାସ  ପରିବାର ସହ କମର୍ଦ୍ଦା ବଜାର ନିକଟରେ ଘର ଭଡା ନେଇ ରହୁଥିଲେ । ଗତକାଲି ପରିବାର ଲୋକ କୌଣସି କାମରେ ବାହାରକୁ ଯାଇଥିବା ବେଳେ ରାତିରେ ଘରକୁ ଫେରିନଥିଲେ । ଏହାର ସୁଯୋଗ ନେଇ ଦୁବୃତ ମାନେ ଘରର ତାଲା ଭାଙ୍ଗି ଗଡ୍ରେଜରେ ଥିବା ନଗଦ ଟଙ୍କା ଏବଂ ସୂନା ଗହଣା ଲୁଟ କରି ଚମ୍ପଟ ମାରିଛନ୍ତି, ସକାଳେ ପଡୋଶୀ ଲୋକ ଘରର ତାଲା ଭାଙ୍ଗି ପଡିଥିବା ଦେଖି ଘର ମାଲିକ ଏବଂ କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ, ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking