18.1 C
Bhubaneswar
Saturday, December 6, 2025
Homeଅପରାଧଡାହାଣୀ ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା

ଡାହାଣୀ ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା

ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ନେଲା ୨ ଜୀବନ। ଡାହାଣୀ ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା। ପଡ଼ୋଶୀ ହାତରେ ଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ। ତେବେ ଆଧୁନିକ ଯୁଗରେ ଲୋକେ କେତେ ଚାଲାକ୍ ହେଲେଣି। କିନ୍ତୁ ଏବେ ବି କିଛି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସର ମାୟାଜାଲ। ଆଉ ଏହି ଅନ୍ଧବିଶ୍ୱାସର କୁପ୍ରଭାବରେ ହନ୍ତସନ୍ତ ହେଉଛନ୍ତି କିଛି ନୀରିହ ଜନ ସାଧାରଣ। ଲୋକମାନେ ଯେତେ ଆଧୁନିକତା ଦିଗକୁ ଗଲେ ମଧ୍ୟ କିଛି କିଛି ସ୍ଥାନରେ ଅନ୍ଧବିଶ୍ୱାସର ଚିହ୍ନ ସ୍ପଷ୍ଟ ବାରି ହୋଇପଡ଼ୁଛି। ତେବେ ଏହି ଅନ୍ଧବିଶ୍ୱାସର କୁ ପରିଣାମ ଗାଁ ମାନଙ୍କରେ ହିଁ ଦେଖିବାକୁ ମିଳୁଛି। ଏହି ଅନ୍ଧବିଶ୍ୱାସ ଯୋଗୁଁ ଆଜି ଗୋଟିଏ ସଂସାର ଉଜୁଡ଼ି ଯାଇଛି। ଅନାଥ ହୋଇଯାଇଛି ପୁଅ। ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା।

ଡାହାଣୀ ସନ୍ଦେହରେ ସ୍ୱାମୀ ଓ ସ୍ତ୍ରୀଙ୍କ ହତ୍ୟା କରାଯାଇଛି। ବିଶୋଇ ଥାନାର ଖଡମବେଡା ପଞ୍ଚାୟତର କିତାବେଡା ଗାଁରେ ଘଟିଯାଇଛି ଏହି ଘଟଣା। ସ୍ୱାମୀ ସ୍ତ୍ରୀଙ୍କୁ ମାରଣାସ୍ତ୍ରରେ ନୃଶଂସ ଭାବେ ହତ୍ୟା କରିଛି ପଡୋଶୀ। ଅଭିଯୁକ୍ତ ପଡୋଶୀ ଜଣକ ହେଲେ ଅଜୟ ନାଏକ। ହତ୍ୟାକାଣ୍ଡ କରି ଫେରାର ହୋଇ ଖସି ପଳାଉଥିବା ବେଳେ ବିଶୋଇ ପୋଲିସ ତାକୁ ଧରିବାରେ ସଫଳ ହୋଇଛି। ମୃତକ ସ୍ୱାମୀ ହେଉଛନ୍ତି ଦେବେନ୍ଦ୍ର ନାୟକ ଓ ସ୍ତ୍ରୀ ଚମ୍ପା ନାୟକ। ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଗାଁ ରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରୁଥିଲା ଅଜୟ। ଏନେଇ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ। ଏକ ଧାରୁଆ ମାରଣାସ୍ତ୍ରରେ ଉଭୟଙ୍କୁ ହାଣି ହତ୍ୟା କରିଛି ଅଭିଯୁକ୍ତ ଅଜୟ। ଉଭୟଙ୍କ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking