25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଭାରତକୁ ୧୮୨ କୋଟିର ସହାୟତା ବନ୍ଦ କଲା ଆମେରିକା

ଭାରତକୁ ୧୮୨ କୋଟିର ସହାୟତା ବନ୍ଦ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକାରେ ନବଗଠିତ ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏବେ ନିଜ ଦେଶର ଆର୍ôଥକ ସ୍ଥିତିକୁ ମଜଭୁତ କରିବା ଲାଗି ବହୁସ୍ତରୀୟ ଖର୍ଚ୍ଚ କାଟ୍ ଜାରି ରଖିଛି। ଏହି ଅବସରରେ ଆମେରିକା ଭାରତକୁ ଦେବାକୁ ଥିବା ୧୮୨ କୋଟି ଟଙ୍କାର ଆର୍ôଥକ ସହାୟତା ଉପରେ ମଧ୍ୟ ରୋକ୍ ଲଗାଇଛି। ଏଲନ ମସ୍କଙ୍କ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ରବିବାର ଘୋଷଣା କରି କହିଛି ଯେ, ଆମେରିକା ଭାରତରେ ମତଦାନ ପ୍ରତିଶତ ବୃଦ୍ଧି କରିବା (ଭୋଟର ଟର୍ଣ୍ଣଆଉଟ୍‌) ଲାଗି ଦେବାକୁ ଥିବା ୨୨ ନିୟୁତ ଡଲାର (୧୮୨ କୋଟି) କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆମେରିକା ବିଭାଗ ଦ୍ୱାରା ବାତିଲ କରାଯାଇଥିବା ଅନ୍ୟାନ୍ୟ ପାଣ୍ଠିରେ ଅନେକ ଜିନିଷ ଅନ୍ତର୍ଭୁକ୍ତ ରହିଛି। ଆମେରିକା ବିଭାଗର ଏହି ସୂଚନା ଉପରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ଭୋଟର ଟର୍ଣ୍ଣଆଉଟ୍ ପାଇଁ ୨୨ ନିୟୁତ ଡଲାର ଦିଆଯିବା ନଯିବା ଏହା ନିଶ୍ଚିତ ଭାବରେ ଆମେରିକା ସରକାରଙ୍କ ନିଜସ୍ୱ ନିଷ୍ପତ୍ତି ହୋଇପାରେ। ଏହା ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ। ସୁତରାଂ ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଭାରତର ନିର୍ବାଚନୀ ପ୍ରକ୍ରିୟା ଉପରେ ଏହାର କୌଣସି ବିଶେଷ ପ୍ରଭାବ ପଡ଼ିବନି।

ଭାରତ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ‘ଭୋଟର ଟର୍ଣ୍ଣଆଉଟ୍‌’ ପାଣ୍ଠି ହ୍ରାସ ପାଇଛି। ବାଂଲାଦେଶକୁ ୨୯ ନିୟୁତ ଡଲାର ଅନୁଦାନକୁ ମଧ୍ୟ ଆମେରିକା ବନ୍ଦ କରିଛି। ମୋଟାମୋଟି ଏଲନ ମସ୍କଙ୍କ ସରକାରୀ ଦକ୍ଷତା ବିଭାଗ ବିଦେଶୀ ସହାୟତା ପାଣ୍ଠିରେ ୭୨୩ ନିୟୁତ ଡଲାର ହ୍ରାସ ଘୋଷଣା କରିଛି। ବିଦେଶୀ ପାଣ୍ଠି ବାତିଲ କିମ୍ବା ହ୍ରାସ କରିବାର ଲକ୍ଷ୍ୟ ହେଉଛି ସରକାରୀ ଖର୍ଚ୍ଚକୁ ବହୁ ପରିମାଣରେ ହ୍ରାସ କରିବା ବୋଲି ୟୁଏସ୍ ଡିଓଜିଇ କହିଛି। ପ୍ରକାଶ, ଗତ କିଛି ସପ୍ତାହ ଧରି ଊଙଏଋ ସରକାରୀ ଖର୍ଚ୍ଚରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ରୂପରେଖ ଜାରି ରଖିଛି। ଉଲ୍ଲେଖଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କିଛି ଦିନ ପରେ ଏହି ଘୋଷଣା କରାଯାଇଛି। ମୋଦୀଙ୍କ ଗସ୍ତ ସମୟରେ ଉଭୟ ନେତା ଆମେରିକା-ଭାରତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେହିପରି ଏହି ସମୟରେ ମୋଦୀ-ମସ୍କ ସାକ୍ଷାତକାର ହେବା ସହ ଦୁହିଁଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଏବଂ ମସ୍କ ନବସୃଜନ, ମହାକାଶ, କୃତ୍ରିମ ବୁଦ୍ଧିମତ୍ତା ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ଭାରତ ଏବଂ ଆମେରିକୀୟ ପ୍ରତିଷ୍ଠାନ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking