18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ୮ମାସର ନର୍କ ଯନ୍ତ୍ରଣାରୁ ଉଦ୍ଧାର ହେଲା ନାବାଳିକା

୮ମାସର ନର୍କ ଯନ୍ତ୍ରଣାରୁ ଉଦ୍ଧାର ହେଲା ନାବାଳିକା

ଉତ୍ତରପ୍ରଦେଶ: ବାହାଘର ହେଉ କିମ୍ୱା ଭୋଜି ଭାତ। କିମ୍ୱା ମନୋରଞ୍ଜନ ସମୟର ଫଟୋ ଉଠାଇବାକୁ କାହାକୁ ବା ପସନ୍ଦ ନୁହଁ। ଏମିତିରେ ଆଜିକା ଦିନରେ ଫଟୋ ଉଠାଇବା, ରିଲ୍ସ କରିବା ଏକ ଫ୍ୟାସନ ହୋଇଗଲାଣି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ପ୍ରାୟ ଲୋକ ଏହି ରିଲ୍ସ ନିଶାରେ ଉବୁଟୁବୁ ହେଉଛନ୍ତି। ଆଉ କେହି କେହି ଫଟୋ ରିଲ୍ସ କରି ଭାଇରାଲ ମଧ୍ୟ ହେଉଛନ୍ତି। ହେଲେ ଏମିତି ଏକ ଭାଇରାଲ ଫଟୋ ଜଣେ ଝିଅକୁ ନର୍କ ଯନ୍ତ୍ରଣାରୁ ଦୀର୍ଘ ଦିନ ପରେ ଉଦ୍ଧାର କରିଛି। ତେବେ ଏହି ନର୍କ ଯନ୍ତ୍ରଣା କ’ଣ ଯାହା କୌଣସି ସିନେମାର କାହାଣୀଠାରୁ କମ୍ ନୁହେଁ। ସେ ସମ୍ପର୍କରେ ଜାଣିବା ପାଇଁ ସମ୍ପୂର୍ଣ୍ଣ ପାଠକୁ ପଢ଼ନ୍ତୁ। ଏହି ଘଟଣାଟି ଆରମ୍ଭ ହୋଇଥିଲା ୨୦୨୪ ମସିହା ମେ ମାସ ୧୮ ତାରିଖରେ। ଯାହା ଆଜକୁ ୯ ମାସ ପାଖାପାଖି ହୋଇଗଲାଣି। ସବୁଦିନ ପରି ସେଦିନ ମଧ୍ୟ ୧୭ ବର୍ଷୀୟ ଜଣେ ଯୁବତୀ ପାଠ ପଢ଼ିବାକୁ ଚାଲି ଚାଲି ଇନଷ୍ଟିଚ୍ୟୁଟ ଯାଉଥିଲେ। ହେଲେ ଇନଷ୍ଟିଚ୍ୟୁଟର କିଛି ବାଟ ଦୂରରେ ଜଣେ ବ୍ୟକ୍ତି କାର ଧରି ରାସ୍ତା ଉପରେ ଛିଡା ହୋଇଥିଲେ। ଆଉ ସେହି ବ୍ୟକ୍ତିଙ୍କୁ ନାବାଳିକା ଜଣଙ୍କ ପୂର୍ବରୁ ଜାଣିଥିଲେ। ତେଣୁ ବ୍ୟକ୍ତି ଜଣଙ୍କ ଯେତେବେଳେ ତାଙ୍କ ପାଖକୁ କଥା ହେବାକୁ ଆସିଲେ। ଝିଅଟି କିଛି ନଭାବି ସେଠାରେ ଛିଡା ହୋଇଗଲା।

ହେଲେ ବିଶ୍ୱାସରେ ବିଷ ଦେଇ ଜୋର ଜବର ଦସ୍ତି ବ୍ୟକ୍ତି ଜଣଙ୍କ ଝିଅଟିକୁ କାରରେ ଭର୍ତ୍ତି କରିନେଇଥିଲେ। ଝିଅଟି କାର ଭିତରେ ଅଧିକ ଜୋରରେ ଚିତ୍କାର କରିବାକୁ ଗାଡି ଭିତରେ ତାଙ୍କୁ ନିଶା ଦେଇ ବେହୋସ କରିଦେଇଥିଲା ବ୍ୟକ୍ତି ଜଣଙ୍କ। ଆଉ ଉତ୍ତର ପ୍ରଦେଶର ମୈନପୁରୀରୁ ଅପହରଣ କରି ନେଇଥିଲେ। ପରେ ଝିଅର ଘରକୁ ଫେରିବାକୁ ବିଳମ୍ୱ ହେବାରୁ ଝିଅକୁ ଖୋଜା ଖୋଜି କଲେ ପରିବାର। ଯେତେବେଳେ ଝିଅକୁ ନପାଇଲେ ପୋଲିସର ଦ୍ୱାରସ୍ଥ ହେଲେ। ପୋଲିସ ମଧ୍ୟ ଅନେକ ଖୋଜାଖୋଜି କଲା। ହେଲେ ଝିଅର କୌଣସି ସନ୍ଧାନ ପାଇ ପାରିଲା ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking