26.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଅନୁପ୍ରବେଶ ଅପେକ୍ଷାରେ ୧୫୦ ଆତଙ୍କବାଦୀ; ହାଇଆଲର୍ଟରେ ସୁରକ୍ଷା ବାହିନୀ

ଅନୁପ୍ରବେଶ ଅପେକ୍ଷାରେ ୧୫୦ ଆତଙ୍କବାଦୀ; ହାଇଆଲର୍ଟରେ ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ଲାଗି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ୧୫୦ରୁ ଅଧିକ ପ୍ରଶିକ୍ଷଣପ୍ରାପ୍ତ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ପିଓକେର ନୀଲମ ଭ୍ୟାଲିର ୬ଟି ଲଞ୍ଚ ପ୍ୟାଡ୍‌ରେ ଏହି ଆତଙ୍କବାଦୀମାନେ ଏବେ ଡେରା ପକାଇଛନ୍ତି। ପିଓକେରେ କାଶ୍ମୀର ଏକତା ଦିବସ ପାଳନ ଦିନ ଠାରୁ ଆତଙ୍କବାଦୀମାନେ ଭାରତ ସୀମାକୁ ଅନୁପ୍ରବେଶ ଲାଗି ଏକଜୁଟ୍ ହୋଇଛନ୍ତି ଏବଂ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଏମାନେ ଯୋଜନା କରିଛନ୍ତି। ଭାରତୀୟ ଗୁଇନ୍ଦା ବିଭାଗର ଏପ୍ରକାର ସୂଚନା ହସ୍ତଗତ ହେବା ପରେ ଜମ୍ମୁ କାଶ୍ମୀର ଘାଟିରେ ମୁତୟନ ଦେଶର ସମସ୍ତ ସୁରକ୍ଷା ବାହିନୀଙ୍କୁ ହାଇଆଲର୍ଟ ଜାରି କରିଦିଆଯାଇଛି।

କାଶ୍ମୀର ରେଞ୍ଜ୍ ଆଇଜିପି ଭିକେ ବିର୍ଦି କହିଛନ୍ତି ଯେ ଶ୍ରୀନଗର ସମେତ କାଶ୍ମୀର ଜୋନ୍‌ର ସମସ୍ତ ଜିଲ୍ଲାରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ଜିଲ୍ଲାର ସୀମାକୁ ସିଲ୍ କରିଦିଆଯିବା ସହ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି। ସବୁ ସ୍ଥାନରେ ଡ୍ରୋନ ଓ ସିସିଟିଭି ଟେକ୍ନୋଲୋଜିକୁ ଉପଯୋଗ କରାଯାଉଛି। ଏସବୁ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଉପରାଜ୍ୟପାଳ ମନୋଜ ସିହ୍ନା ଜମ୍ମୁ-କାଶ୍ମୀର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରେ ଆତଙ୍କବାଦୀଙ୍କୁ ଦମନ କରିବା ଲାଗି ସୁରକ୍ଷା ବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ନେଟୱର୍କକୁ ନଷ୍ଟ କରିବା ଲାଗି ସୁରକ୍ଷାବାହିନୀ ବ୍ୟାପକ ଅଭିଯାନ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking