17.1 C
Bhubaneswar
Tuesday, February 10, 2026
Homeଓଡିଶାଏକ ଦିବସୀୟ ଟିକସ ପେଶାଦାର ସଙ୍ଘ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି

ଏକ ଦିବସୀୟ ଟିକସ ପେଶାଦାର ସଙ୍ଘ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି

ଯାଜପୁର:ଚଳିତ ମାସ ୧୬ ତାରିଖ ରବିବାର ଦିନ ରେ ଯାଜପୁର ରୋଡ ରେ ପୂର୍ବାଞ୍ଚଳ ଟିକସ ପେଶାଦାର ମାନଙ୍କର ଏକ ଦିବସୀୟ ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ଏବଂ ସର୍ବ ଭାରତୀୟ ଟିକସ ପେଶାଦାର ସଂଘ ପୂର୍ବାଞ୍ଚଳ ଶାଖା ଏବଂ ନିଖିଳ ଓଡ଼ିଶା ଟିକସ ଓକିଲ ସଂଘ ମିଳିତ ସହଯୋଗ ରେ ଅନୁଷ୍ଟିତ ହେଉଥିବା “ଜ୍ଞାନ ଉତ୍ସବ”ସମ୍ମିଳନୀ କୁ ଓଡିଶା ଉଚ୍ଚ ନ୍ୟାୟାଳୟ ର ଜଜ୍ ମାନ୍ୟବର ନାୟମୂର୍ତ୍ତି ମୁରାରି ଶ୍ରୀ ରମଣ ଉଦ୍ଘାଟନ କରିବାର ସମ୍ମତି ପ୍ରଦାନ କରିଛନ୍ତି। ଉକ୍ତ ଦିବସୀୟ କର୍ମଶାଳାରେ ପ୍ରଥମ ଅଧିବେଶନ ରେ ଦ୍ରବ୍ୟ ଓ ସେବା କର ଏବଂ ଆୟକର ର ନୂତନ ବଜେଟ୍ ଏବଂ ନୂତନ ଅୟକର ଆଇନି ଉପରେ ପୁଙ୍ଖlନୁ ପୁଙ୍ଖ ଭାବେ ଆଲୋଚନା ହେବ। ବିଶେଷ ବକ୍ତା ଭାବେ କଲିକତା ରୁ ଖ୍ୟାତନାମା ଦ୍ରବ୍ୟ ଓ ସେବା ଟିକସ ପରାମର୍ଷ ଦାତା ପ୍ରଦୀପ ମୋଦୀ ଏବଂ ଆୟକର ପରାମର୍ଶ ଦାତା କୋଲକତା ର ଆୟୁଷ ଗୋଏଲ ଯୋଗ ଦେଇ ଆଲୋଚନା କରିବେ। ୟୁକ୍ତ ବିଭିନ୍ନ ଅଧିବେଶନ ରେ ଓଡ଼ିଶା ସରକାର ଙ୍କ ସମବାୟ , ବୟନ ଓ ହସ୍ତତନ୍ତ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ , କୋରେଇ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଯୋଗ ଦେବାକୁ ସ୍ଥିର ହୋଇଛି। ଏହାକୁ ସଫଳ କରିବାକୁ ଆଜି ଏକ ପ୍ରସ୍ତୁତି ବୈଠକ ଆସୋସିଏସନ୍ ର ସଭପତି ଶ୍ରୀଯୁକ୍ତ ବିବେକାନନ୍ଦ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇ ସମ୍ପୂର୍ଣ ରୂପ ରେଖ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବାର ର ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ,ସହ ସମ୍ପାଦକ ଅଶୋକ କୁମାର ଶର୍ମା, ହେମନ୍ତ କୁମାର ପଥlଳ, ଦୂର୍ବlଦଳ ବସୁ , ଦିଲ୍ଲୀପ କୁମାର ମଲ୍ଲିକ,ଦେବେନ୍ଦ୍ର କୁମାର ପଣ୍ଡା,ରମାକାନ୍ତ ସେଠୀ, ବିଦ୍ୟାଧର ମହାନ୍ତି,ରତିକାନ୍ତ ବେହେରା , ରାଜେନ୍ଦ୍ର ଧୀର ସାମନ୍ତ, ଦିଲ୍ଲିପ କୁମାର ନାୟକ,ରମାକାନ୍ତ ନନ୍ଦ , ସତ୍ୟମ୍ ସତ୍ୟଦର୍ଶି ମହାପାତ୍ର , ପ୍ରଶାନ୍ତ କୁମାର ଗୁରୁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ସମ୍ମିଳନୀରେ ବହୁ ମାନ୍ୟଗଣ ଅତିଥି ଙ୍କ ସହିତ ଓଡିଶା ଓ ଓଡିଶା ବାହାରୁ ଅନେକ ଟିକସ ଓକିଲ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ଏଵଂ ବ୍ୟବସାୟୀ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking