23.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଗାଜାରୁ ଇସ୍ରାଏଲୀ ସେନା ପ୍ରତ୍ୟାହାର ଆରମ୍ଭ

ଗାଜାରୁ ଇସ୍ରାଏଲୀ ସେନା ପ୍ରତ୍ୟାହାର ଆରମ୍ଭ

ମୁଗ୍‌ରାକା : ହମାସ୍ ସହ ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ, ଇସ୍ରାଏଲ୍ ଏହାର ପ୍ରତିଶ୍ରୁତିର ଅଂଶ ସ୍ୱରୂପ ରବିବାର ଗାଜାର ଏକ ମୁଖ୍ୟ କରିଡରରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛି। ତେବେ ଯୁଦ୍ଧବିରତିର ପରବର୍ତ୍ତୀ ଯୋଜନା କାର୍ଯ୍ୟକାରୀ କରିବାରେ ଉଭୟ ପକ୍ଷ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ଚୁକ୍ତିନାମା ଅନୁଯାୟୀ ଇସ୍ରାଏଲ୍ ୬ କିଲୋମିଟର ନେଟ୍‌ଜାରିମ୍ କରିଡରରୁ ସୈନ୍ୟ ପ୍ରତ୍ୟାହାର କରିନେବାକୁ ରାଜି ହୋଇଥିଲା। ୧୫ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଯୁଦ୍ଧ ଲାଗି ରହିବା ପରେ ଗତ ମାସରେ ଅସ୍ତ୍ରବିରତି ଆରମ୍ଭ ହୋଇଥିଲା। ଇତିମଧ୍ୟରେ ହମାସ୍ ବିଭିନ୍ନ ପର୍ଯ୍ୟାୟରେ ୧୮ଜଣ ପଣବନ୍ଦୀଙ୍କୁ ମୁକ୍ତ କଲାଣି। ସେହିପରି ଇସ୍ରାଏଲ୍ ମଧ୍ୟ ବହୁସଂଖ୍ୟାରେ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତକରି ସେମାନଙ୍କୁ ନେଟ୍‌ଜାରିମ୍ ଅତିକ୍ରମ କରି ଗାଜା ଫେରିଯିବାକୁ ଅନୁମତି ଦେଇଛି। ସୈନ୍ୟ ପ୍ରତ୍ୟାହାର ସହ ଇସ୍ରାଏଲ୍ ଚୁକ୍ତିନାମାର ଆଉ ଏକ ପ୍ରତିଶ୍ରୁତି ପାଳନ କରିଛି। ଚୁକ୍ତିନାମାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଝାମଣା ଜାରି ରହିଥିଲେ ମଧ୍ୟ ବିଶେଷ ଅଗ୍ରଗତି ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking