ପୁରୀ :ବାରବାଟୀ ମୈଦାନରେ ଇଣ୍ଡିଆ-ଇଂଲଣ୍ଡର ମହାମୁକାବିଲା ଦେଖିବେ ଦର୍ଶକ, ଦେଖିବ ସାରା ବିଶ୍ବ । ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଭିଡ ଜମିଥିବା ବେଳେ ଗେଟରେ ଧିରେଧିରେ ଲୋକଙ୍କୁ ଛଡାଯାଉଛି । ସମସ୍ତେ ଟିମ୍ ଇଣ୍ଡିଆର ବିଜୟ ନେଇ ଆଶାବାଦୀ ଥିବା ବେଳେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲିରେ କଳାକୃତି କରି ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।










