30.1 C
Bhubaneswar
Sunday, June 8, 2025
Homeଓଡିଶାସଡ଼କ ଦୁର୍ଘଟଣା ହ୍ରାସ ଉପରେ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ

ସଡ଼କ ଦୁର୍ଘଟଣା ହ୍ରାସ ଉପରେ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ

କଟକ: ରାଜ୍ୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଓୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (କ୍ରାଇମ) ବିନୟତୋଷ ମିଶ୍ର, ପରିବହନ ଆୟୁକ୍ତ ତଥା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅମିତାଭ ଠାକୁରଙ୍କ ସମେତ ଆଇଆେଇଟି ମାଡ୍ରାସର ପ୍ରଫେସର ଭେଙ୍କଟେଶ ବାଲ ସୁବ୍ରମନିଅନ ଉପସ୍ଥିତ ଥିଲେ । କ୍ରମାଗତ ଭାବେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟାକୁ ନେଇ ଡିଜିପି ଚିନ୍ତାବ୍ୟକ୍ତ କରିଥିଲେ । ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଏନଫୋର୍ସମେଣ୍ଟକୁ ବୃଦ୍ଧି କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ପରିବହନ ବିଭାଗ ଓ ପୁଲିସ ପ୍ରଶାସନ ମିଳିତ ଭାବେ କଡ଼ାକଡ଼ି ଏନଫୋର୍ସମେଣ୍ଟ କରିବା ଉପରେ ସେ ପ୍ରାଧାନ୍ୟ ଦେଇଥିଲେ ।

ଦୁର୍ଘଟଣା ହ୍ରାସ ପାଇଁ ଏନଫୋର୍ସମେଣ୍ଟ ଓ ସଚେତନତା ବ୍ୟତୀତ ଦୁର୍ଘଟଣା ଘଟିଲେ କିଭଳି ଜୀବନ ରକ୍ଷା ହୋଇପାରିବ ସେଥିପାଇଁ ମଧ୍ୟ ସୱାସ୍ଥ୍ୟ ବିଭାଗ ସହଭାଗିତାରେ ବିଶେଷ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି । ଟ୍ରମା କେୟାର ସେଣ୍ଟର ସହ ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହ ସଡ଼କ ର୍ନିମାଣକାରୀ ସଂସ୍ଥା ସହଭାଗିତାରେ ରାସ୍ତା ଇଞ୍ଜିନିୟରିଂ ଦିଗ ଉପରେ ମଧ୍ୟ ଗୁରୁତ୍ୱ ରହିବ । ରୋଡ ସାଇନେଜ ଅଡିଟ, ଦୁର୍ଘଟଣାପ୍ରବଣ ଅଞ୍ଚଳ ତଥା ବ୍ଲାକସ୍ପଟ ଚିହ୍ନଟ ଓ ସମାଧାନ କରାଯିବ। ଆଇଆଇଟି ମାଡ୍ରାସ ପକ୍ଷରୁ ନିୟମିତ ଭାବେ କର୍ମଶାଳା ଆୟୋଜନ, ଦୁର୍ଘଟଣାର ସଠିକ କାରଣ ଚିହ୍ନଟ ଏବଂ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ପାଳନର ମାନସିକତା ବୃଦ୍ଧି ଦିଗରେ କାର୍ଯ୍ୟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking