26.1 C
Bhubaneswar
Wednesday, March 19, 2025
Homeଦେଶ ବିଦେଶଦୁନିଆର ସବୁଠାରୁ ମହଙ୍ଗା ‘ଲୁଣ’

ଦୁନିଆର ସବୁଠାରୁ ମହଙ୍ଗା ‘ଲୁଣ’

ବ୍ୟୁରୋ: ରୋଷେଇ ଘରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ‘ଲୁଣ’ । ଲୁଣ ବିନା ଆମର ଜୀବନକୁ କଳ୍ପନା କରିପାରିବା ନାହିଁ, ଆମର ଦୈନନ୍ଦିନ ଜୀବନରୁ ଲୁଣ ହଟାଇ ଦେଲେ ଆମେ ବଞ୍ଚିପାରିବା ନାହିଁ । କାହିଁକି ନା ଆମର ପ୍ରତ୍ୟେକଟି ଖାଇବାରେ ପ୍ରଥମେ ଲୁଣ ଖୋଜିଥାନ୍ତି । କାରଣ ଲୁଣ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲୁଣ ଆମ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ କେତେକ ଦେଶରେ ଲୁଣର ମୂଲ୍ୟ ଅଧିକ ଏବଂ ଏବଂ କେତେକ ଦେଶରେ ଏହା ବହୁତ ଶସ୍ତାରେ ବିକ୍ରି ହୋଇଥାଏ । କିନ୍ତୁ ବିଶ୍ୱରେ ଏମିତି ଲୁଣ ମଧ୍ୟ ଅଛି ଯାହାର ୨୫୦ ଗ୍ରାମର ମୂଲ୍ୟ ୭୫୦୦ ଟଙ୍କା । ଦୁନିଆରେ ସବୁଠାରୁ ମହଙ୍ଗା ଲୁଣ କୋରିଆରେ ରହିଛି । ଏହା ଏକ ସ୍ୱତନ୍ତ୍ର ଉପାୟରେ ଏବଂ ସ୍ୱତନ୍ତ୍ର ସାମଗ୍ରୀରୁ ତିଆରି ହୁଏ । ଏହା କୋରିଆ ବାଉଁଶରୁ ତିଆରି ହୁଏ । ଏହା କୋରିଆର ବାଉଁଶ ଲୁଣ କିମ୍ବା ବେଙ୍ଗନୀ ବାଂନ୍ସ ଭାବରେ ମଧ୍ୟ ଜଣାଶୁଣା । କୋରିଆ ବାଉଁଶ ଲୁଣର ୧୦୦ ଗ୍ରାମ ମୂଲ୍ୟ ୧୦୦ ୱନ୍ ଆମେରିକୀୟ ଡଲାର ପ୍ରାୟ ୭୫୦୦ ଟଙ୍କା ।

ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ଏହି ଲୁଣରେ କ’ଣ ରହିଛି ଯାହା ଏହାର ମୂଲ୍ୟକୁ ଏତେ ଅଧିକ କରିଛି । କୋରିଆ ବାଉଁଶ ଲୁଣର ମୂଲ୍ୟ ଏତେ ଅଧିକ କାରଣ ଏହା ଏକ ଜଟିଲ ପ୍ରକ୍ରିୟା ପରେ ହିଁ ତିଆରି ହୋଇଛି । ପ୍ରାଚୀନ କାଳରୁ କୋରିଆମାନେ ରାନ୍ଧିବାରେ ଏବଂ ପାରମ୍ପରିକ ଔଷଧ ଭାବରେ ବାଉଁଶ ଲୁଣ ବ୍ୟବହାର କରିଆସୁଛନ୍ତି। ଏହି ଲୁଣ ସାଧାରଣ ସମୁଦ୍ର ଲୁଣକୁ ବାଉଁଶ ଭିତରେ ରଖି ଉଚ୍ଚ ତାପମାତ୍ରାରେ ଗରମ କରି ପ୍ରସ୍ତୁତ କରାଯାଏ । ଏହାକୁ ଆମେଥାଇଷ୍ଟ ବାଉଁଶ କୁହାଯାଏ । ଏହା କୋରିଆରେ ତିଆରି ହୁଏ । ଏହାକୁ ତିଆରି କରିବା ପାଇଁ ବହୁତ ସମୟ ଲାଗିଥାଏ । ବାଉଁଶ ଲୁଣରେ ନିୟମିତ ସମୁଦ୍ର ଲୁଣ ତୁଳନାରେ ଆଇରନ୍‌, ପୋଟାସିୟମ ଏବଂ କ୍ୟାଲସିୟମ ପରି ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଅଧିକ ରହିଛି ବୋଲି ବିଶ୍ୱାସ କରାଯାଏ । ଏହି ଖଣିଜ ପଦାର୍ଥ ହଜମ ଏବଂ ପାଟି ସ୍ୱାସ୍ଥ୍ୟ ସହିତ ଅନେକ ସ୍ୱସ୍ଥ୍ୟ ଦିଗରେ ଉନ୍ନତି ଆଣିଥାଏ । ଏଥି ସଂ ଏହାର ସ୍ୱାଦ ସାଧାରଣ ଲୁଣଠାରୁ ସାମାନ୍ୟ ଭିନ୍ନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking