22.1 C
Bhubaneswar
Sunday, February 15, 2026
Homeଅପରାଧନାବାଳିକା ଦୁଷ୍କର୍ମକାରୀ ଓ ସହଯୋଗୀଙ୍କୁ ଜେଲ ଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀ ଓ ସହଯୋଗୀଙ୍କୁ ଜେଲ ଦଣ୍ଡାଦେଶ

କେନ୍ଦୁଝର: କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଗୁପ୍ତଗଙ୍ଗା ଗୋନାସିକା ଗ୍ରାମର ଅଭିଯୁକ୍ତ ମଦନ ଜୁଆଙ୍ଗ(୪୨) କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ଶ୍ରମ କାରାଦଣ୍ଡାଦେଶ ସହ ଅଭିଯୁକ୍ତ ମଦନ ଜୁଆଙ୍ଗ ଙ୍କ ସ୍ତ୍ରୀ ଗେଲେଇ ଜୁଆଙ୍ଗ(୩୦) କୁ ଏହି ଅପରାଧରେ ସାହାଯ୍ୟ କରିଥିବାରୁ ତାକୁ ୭ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ୨ ମାସ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ୨୦୨୧ ମସିହା ରଜ ସମୟରେ ଅଭିଯୁକ୍ତ ମଦନ ତା’ର ସ୍ତ୍ରୀ ସହ ତାଙ୍କ ସଂପର୍କୀୟ ଶାଳୀକୁ ତାଙ୍କ ଗ୍ରାମରୁ ରଜ ବୁଲେଇବାକୁ କହି ସ୍କୁଟରରେ ନେଇ ଆସି ପ୍ରଥମେ ବସନ୍ତପୁର ଗ୍ରାମରେ ରଖି ତା’ ସହ ଦୁଷ୍କର୍ମ କରିଥିଲେ ଏବଂ ମଦନ ଜୁଆଙ୍ଗର ପିଲାପିଲି ନହେବାରୁ ତାକୁ ବାହା ହୋଇ ଘରକୁ ନେଇଥିଲା ।

ପରେ ପୀଡିତାର ବାପା ପୀଡିତାକୁ ଆସାମୀ ଘରୁ ନେଇ ଆସିଥିଲା ଏବଂ କିଛିଦିନ ପରେ ୨ ଜଣ ଅଭିଯୁକ୍ତ ପୁଣି ପୀଡିତାର ଘରକୁ ଯାଇ ପୀଡିତାକୁ ନେବାକୁ ଉଦ୍ୟମ କରିବାରୁ ପୀଡିତା ତା’ର ବାପା ଓ ମାଆଙ୍କୁ ତା’ ସହିତ ଦୁଷ୍କର୍ମ ବିଷୟରେ ଜଣାଇଥିଲା ଓ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲା । ଏଥିରେ ସଦର ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ମଙ୍ଗଳବାର ଦିନ ବିଚାରପତି ୨୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆସାମୀମାନଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇବା ସହ ପୀଡିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି । ସରକାରଙ୍କ ତରଫରୁ ସ୍ପେଶାଲ ପିପି ଜ୍ଞାନେନ୍ଦ୍ର ନାଥ ଜେନା କେଶ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking