16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପ୍ରୟାଗରାଜରେ ଶେଷ ଅମୃତସ୍ନାନ

ପ୍ରୟାଗରାଜରେ ଶେଷ ଅମୃତସ୍ନାନ

ପ୍ରୟାଗରାଜ:ପ୍ରୟାଗରାଜରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ମହାସମାଗମ । ଲକ୍ଷାଧିକ ସଂଖ୍ୟକ ସାଧୁସନ୍ଥ, ଶ୍ରଦ୍ଧାଳୁ ଓ ବିଦେଶୀ ପର୍ଯ୍ୟଟକ ତ୍ରିବେଣି ସଙ୍ଗମରେ ପହଁଚି ଅମୃତ ସ୍ନାନରେ ପବିତ୍ର ବୁଡ ପକାଇଛନ୍ତି । ଦିନ ୧୦ଟା ସୁଦ୍ଧା ୮୯ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇସାରିଥିବାବେଳେ ଅପେକ୍ଷାରେ ଅନେକ ରହିଛନ୍ତି । ଆଖଡାର ସନ୍ଥମାନେ ତ୍ରିବେଣୀ ସଙ୍ଗମ ଘାଟରେ ବୁଡ଼ ପକାଉଛନ୍ତି । ତୃତୀୟ ଅମୃତ ସ୍ନାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମହାକୁମ୍ଭର ତୃତୀୟ ଅମୃତ ସ୍ନାନ ପାଇଁ, ଶ୍ରୀ ପଞ୍ଚଦଶନମ ଜୁନା ଆଖଡା, ଶ୍ରୀ ପଞ୍ଚଦଶନମ ଆବାହନ ଆଖଡା ଏବଂ ଶ୍ରୀ ପଞ୍ଚାଗ୍ନି ଆଖଡା ପ୍ରଥମେ ସଙ୍ଗମରେ ବୁଡ଼ ପକାଇଥିଲେ । ଏହି ତିନୋଟି ଆଖଡ଼ାର ସନ୍ଥମାନେ ସଙ୍ଗମ କୂଳକୁ ଯାତ୍ରା କରିଥିଲେ । ଏହା ପରେ ଏହି ଆଖଡାଗୁଡ଼ିକ ସାଢ଼େ ଛଅଟାରେ ସଙ୍ଗମ କୂଳରେ ପହଞ୍ଚିଲେ । ସ୍ନାନ ପରେ, ଏହି ଆଖଡାଗୁଡ଼ିକ ସକାଳ ୭ଟା ୨୫ରେ ନିଜ ନିଜ ଶିବିରକୁ ଫେରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking