36.7 C
Bhubaneswar
Wednesday, June 17, 2026
Homeଖେଳଭାରତୀୟ ଟେକ୍ ଜାଏଣ୍ଟ୍ ହାତେଇଲେ ଲଣ୍ଡନ୍ ସ୍ପିରିଟ୍ ଟିମ୍‌

ଭାରତୀୟ ଟେକ୍ ଜାଏଣ୍ଟ୍ ହାତେଇଲେ ଲଣ୍ଡନ୍ ସ୍ପିରିଟ୍ ଟିମ୍‌

ଲଣ୍ଡନ: ମାଇକ୍ରୋସଫ୍‌ଟ ମୁଖ୍ୟ ସତ୍ୟା ନାଡ଼େଲା, ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ବ୍ୟତୀତ ଟାଇମ୍ସ ଇଣ୍ଟରନେଟ୍‌, ଆଡୋବ୍ ଏବଂ ସିଲ୍‌ଭରକେ ଟେକ୍ନୋଲୋଜି ସିଇଓ ମିଳିତ ଭାବେ ‘ଦ ହଣ୍ଡ୍ରେଡ୍‌’ରେ ଲଣ୍ଡନ ସ୍ପିରିଟ୍ ଟିମ୍‌ର ୪୯ ପ୍ରତିଶତକ ଅଂଶଧନ କିଣିଛନ୍ତି। ବାକି ୫୧ ପ୍ରତିଶତ ଅଂଶଧନର ମାଲିକାନା ହକ୍ ଏବେ ଇସିବି ନିକଟରେ ରହିଛି। ଏହି ଗ୍ରୁପ୍‌ରେ ଏହି ପାଞ୍ଚଜଣଙ୍କ ବ୍ୟତୀତ ଶାନ୍ତନୁ ନାରାୟଣ, ଏଗୋନ୍ ଡରବନ୍‌, ନିକେଶ ଆରୋରା ଏବଂ ସତ୍ୟନ ଗାଜୱାନୀ ମଧ୍ୟ ସାମିଲ।

ଏହି ଟେକ୍ ଜାଏଣ୍ଟ୍‌ମାନେ ପୂର୍ବରୁ ମେଜର ଲିଗ୍ କ୍ରିକେଟ୍ (ଏମ୍‌ଏଲ୍‌ସି)ରେ ସିଏଟେଲ୍ ଓରକାସ୍ ଟିମ୍‌ର ସହ-ମାଲିକାନା ହକ୍ ହାସଲ କରିଥିଲେ। ଲଣ୍ଡନ ସ୍ପିରିଟ୍ ଟିମ୍ କିଣିବା ପାଇଁ ଏହି ଗ୍ରୁପ୍‌ର ଆଇପିଏଲ୍ ଟିମ୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ମାଲିକ ସଞ୍ଜୀବ ଗୋଏଙ୍କା ସହିତ ବିଡିଂ ଲଢ଼େଇ ହୋଇଥିଲା। ତେବେ ଏହି ଟେକ୍ କମ୍ପାନୀ ସିଇଓଙ୍କ ଗ୍ରୁପ୍ ସର୍ବାଧିକ ବିଡ୍ ୨୯୫ ମିଲିୟନ୍ ପାଉଣ୍ଡ୍ ଅର୍ଥାତ୍ ୩,୧୭୦ କୋଟି ଟଙ୍କାରେ ଟିମ୍‌କୁ ହାତେଇବାରେ ସଫଳ ହୋଇଛି। ନିକଟରେ ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପ୍ରାୟ ୬୪୫ କୋଟି ଟଙ୍କାର ଦ ହଣ୍ଡ୍ରେଡ୍‌ର ଅନ୍ୟତମ ଟିମ୍ ‘ଦ ଓଭାଲ୍ ଇନ୍‌ଭିନ୍ସିବଲ୍ସ’ର ୪୯ ପ୍ରତିଶତକ ଅଂଶଧନ କିଣିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking