19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ବଡ଼ ଝଟକା: ଇସ୍ତଫା ଦେଲେ ୭ ବିଧାୟକ

ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ବଡ଼ ଝଟକା: ଇସ୍ତଫା ଦେଲେ ୭ ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଆପ) ତଥା ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ଦଳର ୭ ବିଧାୟକ ଏକକାଳୀନ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେମାନେ ଇସ୍ତଫା ଦେବା ସହିତ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଆଗାମୀ ନିର୍ବାଚନ ଲାଗି ଏହି ବିଧାୟକମାନଙ୍କୁ ଟିକେଟ ମିଳିନାହିଁ। ତେଣୁ ଅସନ୍ତୋଷ ପ୍ରକାଶ ସେମାନେ ଦଳ ଛାଡ଼ିଥିବା କୁହାଯାଉଛି।

ଅନ୍ୟପଟେ ଦୁର୍ନୀତି ଯୋଗୁ ସେମାନେ ଦଳ ଛାଡ଼ିଥିବା ବିଧାୟକମାନେ ଦର୍ଶାଇଛନ୍ତି। ଦଳ ଛାଡ଼ିଥିବା ବିଧାୟକମାନେ ହେଲେ ତ୍ରିଲୋକପୁରୀ ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ରୋହିତ ମହରୌଲିୟା, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବାନଗର ବିଧାୟକ ମଦନଲାଲ, ପାଲମ ବିଧାୟକ ଭାବନା ଗୌଡ଼, ମହରୌଲି ବିଧାୟକ ନରେଶ ଯାଦବ, ଆଦର୍ଶନଗର ବିଧାୟକ ପବନ ଶର୍ମା ଏବଂ ବିଜୱାସନ ବିଧାୟକ ବି.ଏସ. ଜୁନ। ମହରୌଲି ବିଧାୟକ ନରେଶ ଯାଦବ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରି ଲେଖିଛନ୍ତି, ସେ ସଚ୍ଚୋଟତାର ସହିତ ରାଜନୀତି କରିବା ଲାଗି ଆପରେ ଯୋଗଦେଇଥିଲେ। କିନ୍ତୁ ଆଜି କେଉଁଠି ବି ସଚ୍ଚୋଟତା ଦେଖିବାକୁ ମିଳୁନାହିଁ। ଦଳ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଦୁର୍ନୀତିରେ ଲିପ୍ତ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking