19.1 C
Bhubaneswar
Friday, February 13, 2026
Homeଓଡିଶାସୁନ୍ଦରଗଡରେ ଗୁଳିକାଣ୍ଡ

ସୁନ୍ଦରଗଡରେ ଗୁଳିକାଣ୍ଡ

ସୁନ୍ଦରଗଡ: ସୁନ୍ଦରଗଡରେ ପୁଣିଥରେ ଗୁଳିକାଣ୍ଡ  ହୋଇଛି ।  ଭଷ୍ମା ଥାନା ଶରଧାପାଲିରେ ଜଣେ ଯୁବକ ଗୁଳିମାଡ଼ର ଶିକାର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଛି। ଗୁରୁତର ଯୁବକ ହେଲେ ସୂରଜ ପଟେଲ।  ସୂଚନା ଅନୁସାରେ ସୂରଜ ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଦର୍ଲିପାଲି ନିକଟ ବରୋବଗା ଆସପଣ୍ଡ ପାଖ ଏକ ଅଫିସରେ ବସିଥିବାବେଳେ ୮ଟି ବାଇକ୍‌ରେ ୨୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସିଥିଲେ। ଦୁର୍ବୃତ୍ତମାନେ  ସୂରଜଙ୍କୁ ପ୍ରଥମେ ବିଧା, ଗୋଇଠା ମାରିଥିଲେ। ପରେ ତାଙ୍କ ମୁଣ୍ଡକଁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ସେ ମୁଣ୍ଡ ବୁଲାଇ ଦେବାରୁ ଗୁଳି କାନ ପାଖ ଦେଇ ଚାଲି ଯାଇଥିଲା। ପରେପରେ ଆଉ ଥରେ ଗୁଳିମାଡ଼ କରିଥଲେ। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦୁର୍ବୃତ୍ତଙ୍କ ଦ୍ବାରା ଗୁଳିମାଡ଼ର ଶିକାର ହୋଇଥିବା ସୂରଜଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking