24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଜାଣନ୍ତୁ ଏହି କାରଣରୁ ବନ୍ଦ ହୋଇପାରେ ୟୁପିଆଇ ଟ୍ରାନଜେକ୍ସନ ଆଇଡି

ଜାଣନ୍ତୁ ଏହି କାରଣରୁ ବନ୍ଦ ହୋଇପାରେ ୟୁପିଆଇ ଟ୍ରାନଜେକ୍ସନ ଆଇଡି

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ମାନେ ଡିଜିଟାଲ ପେମେଣ୍ଟ । ଆଉ ଡିଜିଟାଲ ପେମେଣ୍ଟ ମାନେ ୟୁପିଆଇ । ଆଜିକାଲି ୟୁପିଆଇ ପେମେଣ୍ଟ ଏତେ ସାଧାରଣ କଥା ହୋଇଗଲାଣି ଯେ, ପାନଦୋକାନଠୁ ଫିଲ୍ମ ହଲ୍, କ୍ୟାବଠୁ ଆରମ୍ଭ କରି ହାଟ-ବଜାର ସବୁଠି କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ବା ୟୁପିଆଇର ଆବଶ୍ୟକତା ବଢ଼ିବାରେ ଲାଗିଛି । ତେବେ ଆପଣ ଯଦି ୟୁପିଆଇ ପେମେଣ୍ଟ କରୁଛନ୍ତି ତା’ହେଲେ ୟୁପିଆଇ ପେମେଣ୍ଟ କ୍ଷେତ୍ରରେ ପହିଲାରୁ ବଡ଼ ପରିବର୍ତ୍ତନ ହେବାକୁଯାଉଛି । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ବା ଏନପିସିଆଇ ଫେବ୍ରୁଆରୀ ଆରମ୍ଭରୁ କିଛି ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ରୋକ୍ ଲଗାଇବାକୁ ଯାଉଛି ।  ଏନେଇ ଜାତୀୟ ଗଣମାଧ୍ୟମରେ କିଛି ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ଆପଣ ଜାଣିବା ନିହାତି ଦରକାର । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟ ନେଇ ଏକ ସର୍କୁଲାର ଜାରି କରିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଫେବ୍ରୁଆରୀ ୧ ତାରିଖରୁ ସ୍ପେଶାଲ କ୍ୟାରେକ୍ଟର୍ସରେ ଖୋଲା ହୋଇଥିବା ୟୁପିଆଇ ଆଇଡି ଗୁଡ଼ିକରେ କୌଣସି ଟ୍ରାଞ୍ଜାକ୍ସନ ଗ୍ରହଣ କରାଯିବ ନାହିଁ । କେବଳ ଆଲ୍ଫାନ୍ୟୁମେରିକ କ୍ୟାରେକ୍ଟର୍ସରେ ଖୋଲା ହୋଇଥିବା ୟୁପିଆଇ ଆଇଡିରେ ହିଁ ନେଣଦେଣ ହୋଇପାରିବ । ଯେଉଁମାନେ ଫେବ୍ରୁଆରୀ ୧ ତାରିଖରୁ ଏହି ନିୟମ ପାଳନ କରିବେନି ସେମାନଙ୍କ ୟୁପିଆଇ ଆଇଡିକୁ ବ୍ଲକ୍ କରିଦିଆଯିବ ବୋଲି ଏନପିସିଆଇ ସର୍କୁଲାରରେ ଉଲ୍ଲେଖ କରିଛି । ଏନପିସିଆଇ ବା ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଜାରି କରିଥିବା ଗାଇଡଲାଇନ୍ ମୁତାବକ, ଫେବ୍ରୁଆରୀ ୧ ତାରିଖରୁ କେବଳ ଆଲ୍ଫାନ୍ୟୁମେରିକ କ୍ୟାରେକ୍ଟର୍ସ ୟୁପିଆଇ ଆଇଡିରେ ହିଁ ପେମେଣ୍ଟ ଗ୍ରହଣ କରାଯିବ । ଏନେଇ ୟୁପିଆଇ ଅପରେଟର୍ସଙ୍କୁ ରୋକଠୋକ୍ ସର୍କୁଲାର ଜାରି କରିଛି ଏନପିସିଆଇ । ଯଦି ଏହି ନିୟମକୁ ୟୁପିଆଇ ଅପରେଟର୍ସ ପାଳନ କରନ୍ତି ତାଙ୍କ ଆପ ବ୍ୟବହାରକାରୀଙ୍କ ପେମେଣ୍ଟ କୌଣସି ସେଣ୍ଟ୍ରାଲ ସିଷ୍ଟମ ଆପ୍ ଟ୍ରାଞ୍ଜାକ୍ସନ ନେଇ ଅନୁମତି ପ୍ରଦାନ କରିବେ ନାହିଁ । ଏହା କିଭଳି ସେମାନଙ୍କ ଉପଭୋକ୍ତା ବ୍ୟବହାର କରିବେ ତାହା ୟୁପିଆଇ ଅପରେଟର୍ସଙ୍କ ଆପ୍ ନିର୍ମାତାଙ୍କ ଉପରେ ନିଶ୍ଚିତ କରିବେ । ସବୁଠାରୁ ବଡ଼ କଥା ହେଲା, ଯେଉଁ ସମୟରେ ଖୁଚୁରା ପେମେଣ୍ଟ ଅପରେଟର ମାନେ କ୍ୟାସଲେସ କାରବାର ପାଇଁ ୟୁପିଆଇ ବିକଳ୍ପର ବ୍ୟବହାର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସେହି ସମୟରେ ଏନପିସିଆଇ ଏଭଳି ନିଷ୍ପତ୍ତି ନେଇଛି । ୨୦୧୬ରୁ ବିମୁଦ୍ରୀକରଣ ପରେ ଭାରତରେ ଡିଜିଟାଲ ନେଣଦେଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହା ବ୍ୟତୀତ ବିଦେଶରେ ମଧ୍ୟ ୟୁପିଆଇ ପେମେଣ୍ଟ ସଂଖ୍ୟା ବଢ଼ିବାରେ ଲାଗିଛି । ଯେଉଁଥିରେ ସାମିଲ ଅଛନ୍ତି ଶ୍ରୀଲଙ୍କା, ଭୁଟାନ, ମରିସସ୍ ଏବଂ ଫ୍ରାନ୍ସ ଭଳି ଦେଶ । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ୟୁପିଆଇଧାରୀଙ୍କୁ ସ୍ପେଶାଲ କ୍ୟାରେକ୍ଟର୍ସ ବଦଳରେ ବର୍ଣ୍ଣମାଳା ବା ଆଲ୍ଫାନ୍ୟୁମେରିକ୍ କ୍ୟାରେକ୍ଟର୍ସ ବ୍ୟବହାର କରିବାକୁ ପୂର୍ବରୁ ମଧ୍ୟ ପରାମର୍ଶ ଦେଇଥିଲା । ଯାହାକୁ କିଛି ଉପଭୋକ୍ତା ପାଳନ ମଧ୍ୟ କରି ୟୁପିଆଇ ପେମେଣ୍ଟ କରୁଛନ୍ତି ହେଲେ କିଛି ୟୁପିଆଇଧାରୀ ଏହି ନିୟମକୁ ପାଳନ ନକରୁଥିବାରୁ ନପିସିଆଇ ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ସମସ୍ତ ବ୍ୟାଙ୍କ ଗୁଡ଼ିକୁ ମଧ୍ୟ କେନ୍ଦ୍ରୀୟ ବ୍ୟବସ୍ଥା ଦ୍ୱାରା ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking