20.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଦିଲ୍ଲୀ ବିଧାନସଭା ନିର୍ବାଚନ: ଅନ୍ତିମ ସଂକଳ୍ପ ପତ୍ର ଜାରିକଲା ବିଜେପି

ଦିଲ୍ଲୀ ବିଧାନସଭା ନିର୍ବାଚନ: ଅନ୍ତିମ ସଂକଳ୍ପ ପତ୍ର ଜାରିକଲା ବିଜେପି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ତୃତୀୟ ପର୍ଯ୍ୟାୟ ସଂକଳ୍ପ ପତ୍ର ଜାରି କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, “ଆମେ ଯାହା ପ୍ରତିଜ୍ଞା କରୁ, ଆମେ ତାହା ପୂରଣ କରୁ, ଆମେ କେବଳ ଅନ୍ୟମାନଙ୍କ ପରି ପ୍ରତିଜ୍ଞା କରୁନାହୁଁ।” ଶାହଙ୍କ କହିବାନୁସାରେ ଦିଲ୍ଲୀବାସୀଙ୍କ ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ତଥା ଦିଲ୍ଲୀବାସୀଙ୍କ ପରାମର୍ଶ ଅନୁସାରେ ହିଁ ବିଜେପି ସଂକଳ୍ପପତ୍ର ପ୍ରସ୍ତୁତ କରିଛି। ଲୋକଙ୍କ ପାଇଁ କାମ କରିବାର ମହତ୍ ଉଦ୍ଦେଶ୍ୟ ନେଇ ବିଜେପି କାମ କରୁଛି ଏବଂ ଏହା ଜାରି ରହିବ। ସେହିପରି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ଆପ୍‌ର ସଂଯୋଜକ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିବା ପୂର୍ବକ ଶାହ କହିଛନ୍ତି, କିଛି ଲୋକ ବିଜେପିକୁ ଦୁର୍ନୀତିଗ୍ରସ୍ତ ବୋଲି କହୁଛନ୍ତି କିନ୍ତୁ ନିଜେ ଏବଂ ନିଜ ଦଳର ସମସ୍ତ ନେତାମନ୍ତ୍ରୀ ଦୁର୍ନୀତିରେ ବୁଡ଼ି ରହିଛନ୍ତି।

ସ୍କୁଲ, ମୋହଲା କ୍ଲିନିକ୍ ନିର୍ମାଣର ବାହାନା କରି ଦିଲ୍ଲୀବାସୀଙ୍କୁ ଆଧୁନିକ ଡାକ୍ତରଖାନା ମଧ୍ୟ ଦେଇନାହାଁନ୍ତି। ଦିଲ୍ଲୀରେ ଆଜି ସବୁଆଡେ କୁଢ଼କୁଢ଼ ଅଳିଆ ଗଦା ହୋଇଥିବା ବେଳେ ଦିଲ୍ଲୀକୁ ସଫାସୁତୁରା ରଖିବା ଦିଗରେ କିଛି ବି କରାଯାଇନାହିଁ। ୮ ଲକ୍ଷ ଚାକିରି ଯୋଗାଇଦେବାର ମିଛ ପ୍ରତିଶୃତିକୁ ଦିଲ୍ଳୀବାସୀ କେବେ ବି ବିଶ୍ୱାସ କରିବେ ନାହିଁ। ଏହି ଲୋକ ହିଁ ସାଧାରଣ ଲୋକଙ୍କ ୫୧ କୋଟି ଟଙ୍କାକୁ ନିଜ ଶିଶମହଲରେ ଲଗାଇଛନ୍ତି, ଅବକାରୀ ନୀତି ଆଳରେ ଦିଲ୍ଲୀବାସୀଙ୍କ କୋଟି କୋଟି ଟଙ୍କାକୁ ହଡପ୍ କରିନେଇଛନ୍ତି। ୨୪ହଜାର ୪୦୦ କୋଟିର ଜଳ ବୋର୍ଡ ଦୁର୍ନୀତି କରି ଦିଲ୍ଲୀକୁ ଏବଂ ଦିଲ୍ଲୀବାସୀଙ୍କୁ ଏକ ଭୟଙ୍କର ଅନ୍ଧକାର ମଧ୍ୟକୁ ଠେଲିଦେଇଛନ୍ତି। ଏମାନେ ବାସ୍ତବରେ ଯମୁନାରେ ନଚେତ୍ କୁମ୍ଭମେଳା ଯାଇ ଗଙ୍ଗାରେ ବୁଡ଼ ପକାଇବା ଉଚିତ୍‌। ହୁଏତ ଏମାନଙ୍କ ପାପ ଧୋଇଯିବ। ବିଜେପି ନିଜ ଅନ୍ତିମ ସଂକଳ୍ପପତ୍ରରେ ଏଲ୍‌ପିଜି ସିଲିଣ୍ଡର, ଆୟୁଷ୍ମାନ ଭାରତ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking