28.1 C
Bhubaneswar
Monday, April 27, 2026
Homeଦେଶ ବିଦେଶଦିଲ୍ଲୀ କର୍ତ୍ତବ୍ୟପଥ ପରେଡ୍‌ରେ ସାମିଲ ହେବ ୩୦ ପ୍ରଜ୍ଞାପନ ମେଢ଼

ଦିଲ୍ଲୀ କର୍ତ୍ତବ୍ୟପଥ ପରେଡ୍‌ରେ ସାମିଲ ହେବ ୩୦ ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ : ଆସନ୍ତା ୨୬ରେ ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀସ୍ଥ କର୍ତ୍ତବ୍ୟପଥରେ ଭବ୍ୟ ପରେଡ ମଧ୍ୟ ଆୟୋଜନ କରାଯିବ। ଚଳିତବର୍ଷ ପରେଡରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମନ୍ତ୍ରଣାଳୟର ମୋଟ ୩୦ଟି ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରୁଥିବା ଜଣାପଡିଛି। ଏଥିମଧ୍ୟରୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୫ଟି ଏବଂ ମନ୍ତ୍ରଣାଳୟର ୧୫ଟି ମେଢ ଅନ୍ତର୍ଭୁକ୍ତ। ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଆନ୍ଧ୍ର ପ୍ରଦେଶ, ବିହାର, ଗୋଆ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଚଣ୍ଡିଗଡ଼, ଦାଦ୍ରା ନଗର ହାଭେଳି ଓ ଡାମନ ଡିଉ। ପ୍ରଜ୍ଞାପନ ମେଢର ସମ୍ମୁଖ ଭାଗ ହିନ୍ଦୀରେ, ପଛପଟ ଇଂରାଜୀ ଏବଂ ପାର୍ଶ୍ବରେ ଆଞ୍ଚଳିକ ଭାଷାରେ ସଂପୃକ୍ତ ନାମଫଳକ ଲେଖାଯିବ। ଯେଉଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପ୍ରଜ୍ଞାପନ ମେଢ ତାଲିକା ପାଇଁ ମନୋନୀତ ହୋଇନାହାନ୍ତି, ସେମାନେ ୨୬ରୁ ୩୧ ପର୍ଯ୍ୟନ୍ତ ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ‘ଭାରତ ପର୍ବ’ରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ପ୍ରଜ୍ଞାପନ ମେଢରେ ଲୋଗୋ କିମ୍ବା ଲେଖାକୁ ବାରଣ କରାଯାଇଥିବାବେଳେ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ସଂଗଠନଗୁଡିକ ସେମାନଙ୍କର ପ୍ରଜ୍ଞାପନ ମେଢରେ ଭର୍ଚୁଆଲ ରିଏଲିଟି ଡିଜାଇନ ପାଇଁ ସିଡି/ଡିଭିଡି ବ୍ୟବହାର କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking