ଭୁବନେଶ୍ୱର : ରାଜ୍ୟରେ ଜାନୁଆରୀରୁ କଲବଲ କଲାଣି ତାତି । ମାଘ ମାସରେ ଜାଡ ବଦଳରେ ଉପରମୁହାଁ ପାରଦ । ଉପକୁଳ ଆଭ୍ୟନ୍ତରୀଣ ସବୁଠି ଗରମ । ଦିନ ସମୟରେ ସବୁଠି ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରବାହିତ ହେଉଛି ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟରେ ଲଘୁଚାପ ବଳୟର ପ୍ରଭାବ ଜାରି ରହିଛି । ଯାହା ପ୍ରଭାବରେ ଉତ୍ତର ଉପକୁଳ ସମେତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ଆସନ୍ତା ୫ ଦିନ ପଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଦି ହେବ । ୨ରୁ ୪ ଡିଗ୍ରୀ ପଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ୱାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ୩ ଦିନ ଘନ କୁହୁଡି ଦେଖାଯିବ । ବିଶେଶ କରି ଅନୁଗୁଳ , ଢେଙ୍କାନାଳ ,ମୟୁରଭଞ୍ଜ , କନ୍ଧମାଳ , କଳାହାଣ୍ଡି , କେଉଁଝର , ସୁନ୍ଦରଗଡ , ଦେଓଗଡ , କୋରାପୁଟରେ ଘନ କୁହୁଡି ନେଇ କିଛି ଜିଲ୍ଲାକୁ ୟେଲ୍ଲୋ ଆଲର୍ଟ ଜାରି କରାଯାଇଛି । ଗତ ୨୪ ଘଣ୍ଡା ମଦ୍ୟରେ ସର୍ୱନିମ୍ନ ତାପମାତ୍ରା ୧୦ . ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୧୯.୫ ଡିଗ୍ରୀ , କଟକରେ ୧୮.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।