ନୂଆଦିଲ୍ଲୀ : ଓଡିଶା ଛତିଶଗଡ ରାଜ୍ୟ ସୀମାରେ ୧୬ ଜଣ ନକ୍ସଲଙ୍କ ଦମନ ପରେ ସେମାନଙ୍କ ପରିଚୟ ଖୋଜା ଚାଲିଛି । ସେମାନଙ୍କ ମଧ୍ୟରେ ୧୨ ଜଣଙ୍କର ପରିଚୟ ମିଳିଛି । ତେବେ ଏହାରି ଭିତରୁ କଟକ ନିଆଳି ଅଞ୍ଚଳର ବୋଲି ଜଣାପଡିଛି । ଏହି ୧୨ ଜଣ ଛତିଶଗଡ ଆନ୍ଧ୍ରପ୍ରଦେଶ ଓଡିଶାର ବୋଲି ଜଣାପଡିଛି । ସେମାନଙ୍କ ମୁଣ୍ଡ ଉପରେ ୩ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରହିଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ସେଣ୍ଟ୍ରାଲ କମିଟି ମେମ୍ବର ଚଲପତି ଜୟୀରାମ , ସତ୍ୟମ , ଆଲୋକ, ମନ୍ନୁର ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ଆଲୋକର ଘର କଟକ ନିଆଳଳିର ବୋଲି କୁହାଯାଉଛି । ସେମାନଙ୍କ ମୁଣ୍ଡ ଉପରେ ୩ କୋଟିରୁ ଅଧିକ ଟଙ୍କାର ପୁରସ୍କାର ଥିଲା । ଛତିଶଗଡ ଦ୍ୱାରା ୮ ଲକ୍ଷ ଓଡିଶା ଦ୍ୱାରା ସରକାର ଦ୍ୱାରା ୫ ଲକ୍ଷ ଏବଂ ଆନ୍ଧ୍ର ସରକାର ଦ୍ୱାରା ୫ ଲକ୍ଷ ଟଙ୍କା ପୁରସ୍କାର ହୋଇଥିଲା । ଆଲୋକ ନିଆଳି ଅଞ୍ଚଳର କୁଳଶ୍ରୀ ବାସିନ୍ଦା ବୋଲି ଜଣାପଡିଛି । ତିନୋଟି ରାଜ୍ୟର ସୁରକ୍ଷାକର୍ମୀଙ୍କୁ ନାକେଦମ କରିଥିଲା ଆଲୋକ ।