17.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶଟ୍ରେନ ଦୁର୍ଘଟଣା :  ମୃତ୍ୟୁ ସଂଖ୍ୟା ୧୩

ଟ୍ରେନ ଦୁର୍ଘଟଣା :  ମୃତ୍ୟୁ ସଂଖ୍ୟା ୧୩

ନୂଆଦିଲ୍ଲୀ : ମହାରାଷ୍ଟ୍ର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି । ଗତକାଲି ଜଲଗାଁଓ  ଜିଲ୍ଲାରେ ବଡ ଦୁର୍ଘଟଣା ହୋଇଥିଲା । ପୁଷ୍ପକ ଏକ୍ସପ୍ରେସର ଯାତ୍ରୀଙ୍କୁ  ଧକ୍କା ଦେଇଥିଲା କର୍ଣାଟକ ଏକ୍ସପ୍ରେସ । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଶୁଣି ଡେଇଁପଡିଥିଲେ ଯାତ୍ରୀ । ବୀପରିତ ପଟରୁ ଆସୁଥିବା କର୍ଣାଟକ ଏକ୍ସପ୍ରେସ ଧକ୍କା ଦେଇଥିଲା । ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳୁଛି ଯେ ମୃତାହତମାନେ ଟ୍ରାକରେ ପଡ଼ି ରହିଛନ୍ତି। ଜିନିଷପତ୍ର ସବୁ ଏଣେତେଣେ ପଡ଼ି ରହିଛି। କିଛି ଲୋକ ନିଜର ପ୍ରିୟଜନମାନଙ୍କୁ ହରାଇ କେବଳ ଚିତ୍କାର କରୁଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାରେ ଶୋକ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ସହ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ କହିଛନ୍ତି। ସେ କହିଛନ୍ତି, “ଜଲଗାଓଁ ଜିଲ୍ଲାର ପାଚୋରା ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ଲୋକଙ୍କ ଜୀବନ ଯିବା ଅତ୍ୟନ୍ତ ବିଚଳିତ କରିଛି। ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ମୁଁ ଶୋକବ୍ୟକ୍ତ କରୁଛି। ମୋ ସହଯୋଗୀ, ମନ୍ତ୍ରୀ ଗିରଶ ମହାଜନ, ସ୍ଥାନୀୟ ଏସ୍‌ପି ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking