28.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଝିଆରିର ପ୍ରାଇଭେଟ ଭିଡିଓ ଭାଇରାଲ କରିଦେଲା କାକା; ଶେଷରେ କ’ଣ ହେଲା ଜାଣନ୍ତୁ..

ଝିଆରିର ପ୍ରାଇଭେଟ ଭିଡିଓ ଭାଇରାଲ କରିଦେଲା କାକା; ଶେଷରେ କ’ଣ ହେଲା ଜାଣନ୍ତୁ..

ନୂଆଦିଲ୍ଲୀ:ବେଙ୍ଗାଲୁରୁର ଏକ ଟେକ୍ କମ୍ପାନୀରେ କାମ କରୁଥିବା ଜଣେ ୨୪ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ପୋଲିସର କହିବା ଅନୁଯାୟୀ, ଝିଅଟିର ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଲିକ୍ କରିବାକୁ ଧମକ ଦେଇ ତାଙ୍କ କାକା ଏବଂ ଚାଚି ତାଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି ଅଭିଯୋଗ ହୋଇଛି । ଏହାପରେ ଝିଅଟି ଡିପ୍ରେସନରେ ଏକ ହୋଟେଲରେ ନିଜକୁ ଜାଣି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଝିଅଟିର କାକାଙ୍କୁ ଗିରଫ କରିଛି ।

କାହିଁକି ଏଭଳି କରିଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ପୋଲିସର କହିବା ଅନୁଯାୟୀ, ଆତ୍ମହତ୍ୟା ମାମଲା ରବିବାର ଦିନର ଅଟେ । ବେଙ୍ଗାଲୁରୁର କୁଣ୍ଡଲାହଲ୍ଲୀ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ହୋଟେଲର ଯୁବତୀଜଣକ ପ୍ରାଣ ହରାଇଥିଲେ । ରିପୋର୍ଟ ଅନୁସାରେ ଝିଅଟିକୁ ତାଙ୍କ ମାମୁଁ ଏହି ହୋଟେଲକୁ ଭେଟିବା ପାଇଁ ଡାକିଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଝିଅଟି ତାଙ୍କ ସହିତ ପେଟ୍ରୋଲ ନେଇଯାଇଥିଲେ। ହୋଟେଲ ରୁମରେ ପହଞ୍ଚିବା ମାତ୍ରେ ସେ ନିଜ ଉପରେ ପେଟ୍ରୋଲ ଛିଞ୍ଚି ନିଜକୁ ନିଆଁ ଲଗାଇ ଦେଇଥିଲେ। ହୋଟେଲ କର୍ମଚାରୀମାନେ ତାଙ୍କୁ ଗୁରୁତର ପୋଡ଼ିଯାଇଥିବା ଅବସ୍ଥାରେ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking