ଭୁବନେଶ୍ୱର : ନବଦାସ ହତ୍ୟା ମାମଲାରେ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ବିରୋଧୀ ଦଳରେ ଥିବା ବେଳେ ସିବିଆଇ ତଦନ୍ତ ଦାବି କରୁଥିଲେ । ସରକାରକୁ ଆସିବା ପରେ କାହିଁକି ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ସରକାର ନିଜ ଆଡୁ ସିବିଆଇ ତଦନ୍ତ ସୁପାରିଶ କରିପାରିବେ । ନରସିଂହ ପ୍ରଶ୍ନ କରିଛନ୍ତି ନବଦାସ ହତ୍ୟା ମାମଲାରେ କେବଳ ଗୋପାଳ ଦାସ ହତ୍ୟାକାରୀ ନା ଆଉ କିଏ ଏଥିରେ ଷଡଯନ୍ତ୍ର ରଚିଛି । ଆହୁରି ପ୍ରଶ୍ନ କରିଛନ୍ତି ଜଣେ ବ୍ୟକ୍ତି ଯେତେବେଳେ ମରିଯାଇଛି ତାଙ୍କୁ କାହିଁକି ନମସ୍କାର କରିଥିଲେ । କାହିଁକି ମେଡିକାଲକୁ ନେଇ ପ୍ରହସନ କରୁଥିଲେ । ସିବିଆଇ ତଦନ୍ତ କଲେ ଅସଲ କଥା ଜଣାପଡିବ କହିଛନ୍ତି ନରସିଂହ । ଆହୁରି ପ୍ରଶ୍ନ କରିଛନ୍ତି ନବ ଦାସଙ୍କ ମୃତ୍ୟୁର ୬, ୭ ମାସ ପରେ ତାଙ୍କ ପୁଅ ଓ ଝିଅ ରି ଓପନ କାହିଁକି କରିନଥିଲେ । ଏଯାଏଁ କାହିଁକି ସିବିଆଇକୁ ରିପୋର୍ଟ ଦେଇନାହାନ୍ତି । ତେବେ ଏବେ କାହିଁକି ପଛଘୁଞ୍ଚା ଦେଉଛନ୍ତି ।