ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଜଣେ ଯୁବକଙ୍କ ଗ୍ୱାଲିଅରର ହୋଟେଲ ରୁମରୁ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ମୃତ୍ୟୁର କିଛି ସମୟ ପୂର୍ୱରୁ ତାଙ୍କ ପ୍ରେମିକା ଦିଲ୍ଲୀରୁ ତାଙ୍କୁ ଭେଟିବାକୁ ଆସିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ରୁମରୁ କିଛି ଜିନିଷ ଜବତ କରିଛି । ସୂଚନା ଅନୁସାରେ , ଦିବ୍ୟସୁ ନାମକ ଜଣେ ବ୍ୟକ୍ତି ହୋଟେଲରେ ରୁମ ଭଡା ନେଇ ରହୁଥିଲେ । ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ବିଜନେସ ପାଇଁ ଗ୍ୱାଲିଅରକୁ ଆସିଥିଲେ । ତାଙ୍କ ପ୍ରେମିକାକୁ ରୁମକୁ ଡାକିଥିଲେ । ହେଲେ ଦିବ୍ୟସୁ ଅଧିକ ମଦ୍ୟପାନ କରିଥିଲେ ଯଦ୍ୱାରା ତାଙ୍କର ଦେହ ଖରାପ ହେବାରେ ଲାଗିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ରୁମରେ ଥିବା କିଛି ଜିନିଷକୁ ଜବତ କରିଛି ପୋଲିସ । ରାତି ୧୧ଟା ବେଳେ ଦିବ୍ୟସୁ ନର୍ଭସ ଓ ଅଶାନ୍ତ ଅନୁଭବ କରିଥିଲେ । ତାଙ୍କର ଏଭଳି ଅବସ୍ଥା ଦେଖି ପ୍ରେମିକା ଜଣଙ୍କ ତୁରନ୍ତ ହୋଟେଲ କର୍ମଚାରୀଙ୍କୁ ଜଣାଇଥିଲା । ଏହା ପରେ କର୍ମଚାରୀ ପୋଲିସକୁ ସୂଚନା ଦେଇଥିଲା । ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦିବ୍ୟସୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେଲେ ଦିବ୍ୟସୁଙ୍କର ମୃତ୍ୟୁର ପ୍ରକୃତ କାରଣ ହୋଇଥାଇପାରେ ବୋଲି ଜଣାପଡିନାହିଁ । ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ସ୍ପଷ୍ଟ କରାଯାଉଛି । ଘଟଣାସ୍ଥଳରେ ଯୁବକତୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।