ଭୁବନେଶ୍ୱର : ବିବାଦ ତୁଟିଲା , ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ । ବୈଠକ ପରେ ସୂଚନା ଦେଲେ ଜିଲ୍ଲାପାଳ ଚଞ୍ଚଳ ରଣା । ଯେଉଁମାନେ ବିଶୃଙ୍ଖଳା କରିଥିଲେ କାଯ୍ୟାନୁଷ୍ଠାନ ହେବ । ୨୪ ଘଣ୍ଟା ମଧ୍ୟରେ ଏଡିଏମ ତଦନ୍ତ କରି ରିପୋର୍ଟ ଦେବେ । ରିପୋର୍ଟ ମିଳିବା ପରେ ସେମାନଙ୍କୁ ସୋ କଜ ନୋଟିସ ହେବ । ଅତି କମରେ ବିଶୃଙ୍ଖଳାକାରୀଙ୍କୁ ସେବା ପୂଜାରୁ ସସପେଣ୍ଡ କରାଯିବ । ଦରକାର ପଡିଲେ ସେବା ପାଇଁ ଦିଆଯାଇଥିବା ଜମି ଫେରାଇ ଅଣାଯିବ । ହଠାତ ନୀତିକାନ୍ତି ବନ୍ଦ କରିବା ଅନୁଚିତ କହିଛନ୍ତି ଚଞ୍ଚଳ ରଣା । ଟ୍ରଷ୍ଟ ବୋର୍ଡ ସେକ୍ସନ – ୩୨ ଅନୁସାରେ କଠୋର କାଯ୍ୟାନୁଷ୍ଠାନ ନେଇପାରିବ ।