20.1 C
Bhubaneswar
Wednesday, January 15, 2025
Homeସାଧାରଣତନ୍ତ୍ର ଦିବସ - 2025 ସମଗ୍ର ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ

 ସମଗ୍ର ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ : ସାରା ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ସ୍ୱାଧିନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ  ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା । ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ  ୧୯୫୦ ମସିହା  ଜାନୁଆରୀ ୨୬ରେ  ସଂସଦରେ ଭାରତୀୟ ସମ୍ବିଧାନ  ଅନୁମୋଦନ ହୋଇଥିଲା । ପରେ ଭାରତୀୟ ଗଣତନ୍ତ୍ର ବଳ ରାଜ୍ୟ ଭାବରେ ନିଜକୁ ଘୋଷଣା କରିଥିଲା । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ  ଗଣତନ୍ତ୍ର ଦିବସ ହେଉଛି ସେଥିରୁ ଗୋଟିଏ । ଆଜିର ଦିନରେ ଦିଲ୍ଲୀରେ   ସ୍ୱତନ୍ତ୍ର ପ୍ୟାରେଡର ଆୟୋଜନ କରାଯାଇଛି ।  ଦେଶ ତଥା ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଏହି ଦିବସ ପାଳନ କରିବା ଏକ ସମ୍ମାନର ବିଷୟ । ଦେଶର ସମସ୍ତ ରାଜ୍ୟ  ରାଜଧାନୀରେ ଗଣତନ୍ତ୍ର ଦିବସକୁ  ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ।  ଗଣତନ୍ତ୍ର ଦିବସ ପାଳନ ପାଇଁ ଦିଲ୍ଲୀରେ ଏକ ମାସ ପୂର୍ବରୁ ଆରମ୍ଭ କରାଯାଇଥାଏ । ଏହି ସମାରୋହରେ  ବିଭିନ୍ନ ରାଜ୍ୟର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳୁଛି । ଏହି ଦିବସ ଅବସରରେ ପ୍ୟାରେଡରେ ଭାଗ ନେଇ  ଜଳ ସ୍ଥଳ ଓ ବାୟୁସେନାର ଯବାନ ମାନେ  ବିଭିନ୍ନ ଦୁଃ ସାହାସିକତାର ସହ ପ୍ରଦର୍ଶନ କରିଥାନ୍ତି ।  ଗଣତନ୍ତ୍ର ଦିବସର ୩ ଦିନ ପରେ ଜାନୁଆରୀ ୨୯ରେ ଜାତୀୟ ପତାକା ଅବତରଣ ଉତ୍ସବ ଅନୁଷ୍ଠିତ  ହୁଏ । ସାରା ବିଶ୍ୱରେ ଭାରତର  ଗଣତନ୍ତ୍ର ଏକ  ବିଶାଳ ଗଣତନ୍ତ୍ରର ଆଖ୍ୟା ପାଇଛି ।  ତେଣୁ ସମ୍ବିଧାନ ପ୍ରଣୟନ ହୋଇଥିବା ଦିନକୁ ଭାରତୀୟ ମାନେ  ଗଣତନ୍ତ୍ର ଦିବସ ଭାବରେ  ଆନନ୍ଦ ଅନୁଭବ କରନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking