29.1 C
Bhubaneswar
Monday, February 9, 2026
Homeଓଡିଶାଓଡିଶାରୁ ପ୍ରୟାଗରାଜକୁ ଗଡିଲା ବସ୍

ଓଡିଶାରୁ ପ୍ରୟାଗରାଜକୁ ଗଡିଲା ବସ୍

ଭୁବନେଶ୍ଵର : ରାଜ୍ୟର ୪ ସହରରୁ ପ୍ରୟାଗରାଜକୁ ଗଡିଲା ସ୍ପେଶାଲ୍ ବସ୍। କୁମ୍ଭ ମେଳା ଦେଖି ଯିବାକୁ ସ୍ଵତନ୍ତ୍ର ବସ୍ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ବସ୍ ପୁରୀ, ଭବାନୀପାଟଣା, ସମ୍ବଲପୁର ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ପ୍ରତ୍ୟେକ ମାର୍ଗ ପାଇଁ ଗୋଟିଏ ଲେଖାଏଁ ବସ୍ ରହିଛି। ବସ୍ ଟିକେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି। ଆସନ୍ତାକାଲିଠୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟି କୋଟି ଶ୍ରଦ୍ଧାଳୁ ଯୋଗଦେଇ ଗଙ୍ଗାରେ ବୁଡ଼ ପକାଇବେ।

ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଏଥିରେ ସାମିଲ୍‌ ହେବା ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଛି ସ୍ୱତନ୍ତ୍ର ବସ୍‌। ସେପଟେ ସ୍ଵତନ୍ତ୍ର ବସ୍ ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟାରେ କହିଛନ୍ତି ପ୍ରଥମଥର ପାଇଁ ଓଡିଶାରୁ ପ୍ରୟାଗରାଜକୁ ବସ୍ ସେବା ଆରମ୍ଭ ହୋଇଛି। ଅଯୋଧ୍ୟା, ବାରାଣସୀ ସହ ପ୍ରୟାଗରାଜକୁ ହଜାର ହଜାର ଶ୍ରଦ୍ଧାଳୁ ଯିବେ ଏବଂ ସବୁ ପ୍ରକାର ସୁବିଧା ପାଇପାରିବେ। ଆଗକୁ ଲୋକଙ୍କ ଚାହିଦା ଦେଖି ବସ୍ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking