23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶବିଜେପିର ରମେଶ ବିଧୁରୀ ହିଁ ମୁଖ୍ୟମନ୍ତ୍ରୀ ଚେହେରା: କେଜ୍ରିୱାଲ୍‌

ବିଜେପିର ରମେଶ ବିଧୁରୀ ହିଁ ମୁଖ୍ୟମନ୍ତ୍ରୀ ଚେହେରା: କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଦିଲ୍ଲୀର ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଶୁଭେଚ୍ଛା ଜଣାଇଛନ୍ତି। ଶନିବାର କେଜ୍ରିୱାଲ ଦାବି କରିଛନ୍ତି ଯେ, ବିଜେପି ଖୁବଶୀଘ୍ର ଦିନେ କି ଦୁଇ ଦିନ ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ରମେଶ ବିଧୁରୀଙ୍କ ନାଁ ଘୋଷଣା କରିବ।

ବିଧୁରୀ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କେଜ୍ରିୱାଲ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଏପରି ଦାବି କରିଛନ୍ତି। ସେଥିପାଇଁ ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଯାଉଥିବା ବିଧୁରୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଉଛନ୍ତି। ତେବେ ସେ ବିଧୁରୀଙ୍କୁ ଚ୍ୟାଲେଞ୍ଜ୍ ଦେଇ କହିଛନ୍ତି ଯେ, ବିଧୁରୀ ଯେତେବେଳେ ଦିଲ୍ଲୀର ସାଂସଦ ଥିଲେ ସେତେବେଳେ ସେ ଦିଲ୍ଲୀବାସୀଙ୍କ ପାଇଁ କ’ଣ କରିଛନ୍ତି ସେସବୁର ହିସାବ ଦେବା ଉଚିତ୍‌। ଦିଲ୍ଲୀ ପାଇଁ ତାଙ୍କର ଲକ୍ଷ୍ୟ ଓ ସ୍ୱପ୍ନ କ’ଣ ରହିଛି ସେନେଇ ଦିଲ୍ଲୀବାସୀ ଜାଣିବା ଆବଶ୍ୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking