ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଓଡ଼ିଶା ସରକାର ଆଶାବାଦୀ ରହିଛନ୍ତି । ଶନିବାର ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସେ କହିଛନ୍ତି ପୂର୍ବ ବିଜେଡି ସରକାର ନିବେଶ ଆଣିବାକୁ ଅନ୍ୟ ରାଜ୍ୟ ଓ ବିଦେଶ ଯାଉଥିଲେ ।
କିନ୍ତୁ ବିଜେପି ସରକାରରେ ନିବେଶକମାନେ ଓଡ଼ିଶା ଆସୁଛନ୍ତି । ଅନ୍ୟପକ୍ଷରେ ପୂର୍ବ ସରକାର ବେଳେ ଏମଓୟୁ ଭିତରୁ କେତେ ଗ୍ରାଉଣ୍ଡେଡ ହୋଇଛି ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି । ଏବେ ପ୍ରବାସୀମାନେ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଉକ୍ରର୍ଷ ଓଡ଼ିଶା କନକ୍ଲେଭରେ ପୁଞ୍ଜିନିବେଶ ପାଇଁ ଏମଓୟୁ ସ୍ୱାକ୍ଷର ହେବ ବୋଲି କେଭି ସିଂହଦେଓ କହିଛନ୍ତି ।