ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଡାବାଜିରେ କ୍ଷତିପୂରଣ ଦାବିରେ ମୃତଦେହକୁ ସିନ୍ଧେକେଲା ଥାନା ଜାମଖୁଣ୍ଡା ଗାଁରେ ରଖି ରାସ୍ତା ଅବରୋଧ କରିଛନ୍ତି । ଏନଏଚ ୧୬ ଭବାନୀପାଟଣା – ରାୟପୁର ରାସ୍ତାରେ ଗାଡି ସବୁ ଅଟକିଛି । ଫଳରେ ଯାତାୟତ ରେ ଅସୁବିଧା ଦେଖାଦେଇଛି । କାଲି ଅଜଣା ଗାଡି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।