30.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଆମେରିକା ଜଙ୍ଗଲରେ ଭୟାବହ ନିଆଁ; ୧ ହଜାରରୁ ଅଧିକ ଘର ନଷ୍ଟ, ୬ ମୃତ

ଆମେରିକା ଜଙ୍ଗଲରେ ଭୟାବହ ନିଆଁ; ୧ ହଜାରରୁ ଅଧିକ ଘର ନଷ୍ଟ, ୬ ମୃତ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆ ସହର ଅନ୍ତର୍ଗତ ଲସ୍ ଏଞ୍ଜେଲ୍ସ ନିକଟ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଘଣ୍ଟାପ୍ରତି ୭୦ ମାଇଲ ବେଗରେ ପବନ ବହୁଥିବାରୁ ନିଆଁ ଦ୍ରୁତଗତିରେ ଅଧିକରୁ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିକଟବର୍ତ୍ତୀ ଘରଗୁଡ଼ିକ ପୋଡ଼ିପାଉଁଶ ହେବାରେ ଲାଗିଛି। ସ୍ଥାନୀୟ ଲୋକେ ଏବେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ବାଧ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ହଜାରରୁ ଅଧିକ ଘର ଜଳିପୋଡ଼ି ନଷ୍ଟ ହୋଇଯାଇଥିବା କୁହାଯାଉଛି। ସେହିପରି ଏହି ଜଙ୍ଗଲ ନିଆାଁରେ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି। ସବୁଠୁ ବଡ଼ କଥା ହେଉଛି ଜଙ୍ଗଲକୁ ଲାଗି ହଲିଉଡ୍ ହିଲ୍ସ ବା ଅନେକ ବଡ଼ ବଡ଼ ଷ୍ଟୁଡିଓ ରହିଥିବାରୁ ସେଠାରେ ଭୟର ବାତାବରଣ ଖେଳିଯାଇଛି। ଏପରି ଏହି କରାଳ ନିଆଁରେ ବିଲ୍ କ୍ରିଷ୍ଟଲ, ମେଣ୍ଡି ମୁର, ଜେମି ଲି କର୍ଟିସ ଏବଂ ପ୍ୟାରିସ ହିଲଟନଙ୍କ ଭଳି ଅନେକ ହଲିଉଡ ସେଲିବ୍ରିଟିଙ୍କ ଘର ଜଳିଯାଇଛି।

ନିଆଁ ପ୍ରଥମେ ପାସିଫିକ ପ୍ୟାଲିସେଡ୍‌ସ ଜଙ୍ଗଲରେ ଲାଗିଥିଲା। ଧୀରେ ଧୀରେ ନିଆଁ ବ୍ୟାପି ଇଟନ ଏବଂ ହର୍ଷ୍ଟ ଜଙ୍ଗଲକୁ ନିଜ କବଳକୁ ନେଇଯାଇଥିଲା। ପରେ ପରେ ଲିଡିୟା, ବୁଡଲି ଏବଂ ସନସେଟ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଯାଇଛି। ଶତାଧିକ ଏକର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ ନିଆଁକୁ ଲିଭାଇବା ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ ସହ ଉଦ୍ୟମ ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପବନର ନ କମିବା ପର୍ଯ୍ୟନ୍ତ ନିଆଁ ଲିଭାଇବା କଷ୍ଟକର ହେବ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking