19.1 C
Bhubaneswar
Friday, January 10, 2025
Homeଦେଶ ବିଦେଶସମଲିଙ୍ଗୀ ବିବାହକୁ  ମିଳିପାରିବ ନାହିଁ ଆଇନଗତ ମଞ୍ଜୁରୀ : ସୁପ୍ରିମକୋର୍ଟ

ସମଲିଙ୍ଗୀ ବିବାହକୁ  ମିଳିପାରିବ ନାହିଁ ଆଇନଗତ ମଞ୍ଜୁରୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ  ମିଳିପାରିବ ନାହିଁ ଆଇନଗତ ମଞ୍ଜୁରୀ  । ଗତ ୨୦୨୩ ଅକ୍ଟୋବର ୨୭ରେ  ସୁପ୍ରିମକୋର୍ଟ ରାୟକୁ କାଏମ କରିଛି ଖଣ୍ଡପୀଠ । ଜଷ୍ଟିସ ବି.ଆର. ଗଭାଇ, ସୂର‌୍ୟ୍ୟକାନ୍ତ, ବି.ଭି. ନାଗରତ୍ନା, ପିଏସ ନରସିହ୍ମା ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଅତୀତ ରାୟକୁ ଯଥାର୍ଥ ବୋଲି କହିବା ସହ ଏହି ମାମଲାର ଖୋଲା ଶୁଣାଣି କରିବା ଲାଗି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି । ୨୦୨୩ ରାୟରେ ୫ ଜଣିଆ ଖଣ୍ଡପୀଠରୁ ୩ ଜଣ ଅର୍ଥାତ ଜଷ୍ଟିସ ରବୀନ୍ଦର ଭଟ୍ଟ, ହିମା କୋହଲି ଓ ପି.ଏସ ନରସିହ୍ମା ସମଲିଙ୍ଗୀ ବିବାହକୁ ବିରୋଧ କରିଥିବାବେଳେ ୨ ଜଣ ଅର୍ଥାତ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଓ ସଞ୍ଜୟ କୌଲ ସମର୍ଥନ କରିଥିଲେ । ସମଲିଙ୍ଗୀ ବିବାହ ଓ ସେହି ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣ କରିବା ଏକ ସାମ୍ବିଧାନିକ ଅଧିକାର ବୋଲି ଏହି ଦୁଇ ଜଣ ମତ ଦେଇଥିଲେ । ସମଲିଙ୍ଗୀ ବିବାହ ଏକ ସାମ୍ବିଧାନିକ ଅଧିକାର ଦର୍ଶାଇ ସୁପ୍ରିମକୋର୍ଟରେ କେତେକ ପିଟିସନ ଦାୟର ହୋଇଥିଲା ।   ନବତେଜ ସିଂ ମାମଲାରେ ସୁପ୍ରିମକୋର୍ଟ ଦୁଇ ଜଣ ବୟସ୍କଙ୍କ ସହମତିଭିତ୍ତିକ ଯୌନ ସମ୍ପର୍କ ଅପରାଧ ନୁହେଁ ବୋଲି କହିଥିଲେ । ସେହିପରି ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ବା ନାଲସା ମାମଲାରେ ସୁପ୍ରିମକୋର୍ଟ କହିଥିଲେ- ଟ୍ରାନ୍ସଜେଣ୍ଡରମାନେ ହେଉଛନ୍ତି ତୃତୀୟ ଲିଙ୍ଗୀ ଏବଂ ଲିଙ୍ଗଗତ ସମାନତା ଓ ଆତ୍ମସମ୍ମାନ ସେମାନଙ୍କ ମୌଳିକ ଅଧିକାର ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking