28.1 C
Bhubaneswar
Friday, March 27, 2026
Homeଓଡିଶା‘ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀ ଭାରତୀୟଙ୍କ ଅବଦାନ’କୁ ନେଇ ଆଲୋଚନା

‘ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀ ଭାରତୀୟଙ୍କ ଅବଦାନ’କୁ ନେଇ ଆଲୋଚନା

ଭୁବନେଶ୍ୱର : ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହୋଇଥିବା ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ଆଜି ଦ୍ୱିିତୀୟ

ଦିବସ । ଏହି ଅବସରରେ ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଯୋଗଦାନ’ ବିଷୟବସ୍ତୁକୁ ନେଇ ଏକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆଜିର ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା ଏବଂ ପରିବେଶକୁ ସୁସ୍ଥ ରଖିବା ଆମ ପାଇଁ ଏକ ଆହ୍ୱାନ । ନିରନ୍ତର ବିକାଶର ମୂଳ ଉଦ୍ଦେଶ୍ୟ କେବଳ ବର୍ତ୍ତମାନ ପିଢ଼ି ପାଇଁ ନୁହେଁ ପର;ୁ ଆଗାମୀ ପିଢ଼ି ଏକ ସଭ୍ୟ, ସୁଶୀଳ ଓ ସୁସ୍ଥ ପରିବେଶକୁ ସୁନିଶ୍ଚିତ କରିବା ନେଇ ଅତିଥିମାନେ ଆଲୋଚନା କରିଛନ୍ତି । ଅଧିବେଶନରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କେ ଭି ସିଂହ ଦେଓ ଯୋଗଦେଇ ଅତିଥିମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅଧିବେଶନରେ ମାନ୍ୟବର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିିନୀ ବୈଷ୍ଣବ ଭାରତରେ ସ୍ୱଚ୍ଛ ଶକ୍ତି ଓ ନିରନ୍ତର ବିକାଶର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଆଜି ଭାରତରେ ଉତ୍ପାଦିତ ହେଉଥିବା ମୋଟ୍‌ ବିଦ୍ୟୁତର ୪୫% ହେଉଛି ଅକ୍ଷୟ ଶକ୍ତି । ସେହିପରି ରେଳପଥ ମାଧ୍ୟମରେ ପରିବହନ କରିବା ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ ୯୦% କମ୍‌ କରାଯାଇ ପାରିଛି । ତେଣୁ ଭାରତର ରେଳପଥକୁ ସମ୍ପୂର୍ଣ୍ଣ ବିଦୁ୍ୟତ ସଂଯୋଗୀକରଣ କରିବା କାର୍ଯ୍ୟ ଜାରି ରହିଛି ଏବଂ ବାର୍ଷିକ ୬୦୦୦ କି.ମି ରେଳପଥର ବିଦୁ୍ୟତ ସଂଯୋଗୀକରଣ କରାଯାଉଛି । ସେ ଏହା ମଧ୍ୟ କହିଛନ୍ତି, ଆମକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ତିନୋଟି କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ପ୍ରଥମଟି ହେଉଛି ଅକ୍ଷୟ ଶକ୍ତି ମାଧ୍ୟମରେ ଭାରତରେ ବିଦ୍ୟୁତ ଶକ୍ତି ଉତ୍ପାଦନ, ଦ୍ୱିତୀୟଟି ବୈଷୟିକ ଜ୍ଞାନକୌଶଳର ବିକାଶ ଓ ତୃତୀୟଟି ହେଉଛି ନିରନ୍ତର ବିକାଶରେ ବିନିଯୋଗର ବୃଦ୍ଧି ।

ଅଧିବେଶନରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର, ମରିସସ୍‌ କନିଷ୍ଠ ବୈଦେଶିକ ବ୍ୟାପାର (ଆଞ୍ଚଳିକ ଏକୀକରଣ ଓ ଅନ୍ତର୍ଜାତୀୟ ବ୍ୟାପାର) ମନ୍ତ୍ରୀ ହମ୍ବିରାଜେନ୍‌ ନରସିଂହେନ୍‌ ଉପସ୍ଥିତ ରହି ଭାରତ ଓ ମରିସସ୍‌ର ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ । ସେହିପରି ନରେୱରୁ ପ୍ରବାସୀ ଭାରତୀୟ ରାହୁଲ ଫତେଦାର୍‌, ମେକ୍ସିକୋରୁ ପ୍ରବାସୀ ଜଗଦୀଶ ନୈନୱାଲ୍‌, ଭିଏତନାମରୁ ପ୍ରବାସୀ ଇନ୍ଦ୍ରୋନୀଲ୍‌ ସେନଗୁପ୍ତା, ସ୍ୱିଜରଲାଣ୍ଡରୁ ପ୍ରବାସୀ ୱାଇ ଆଦିତ୍ୟ, ନାଇଜେରିଆରୁ ପ୍ରବାସୀ ଜିତେନ୍ଦ୍ର କୁମାର ସଚଦେବା, ଶ୍ରୀଲଙ୍କାରୁ ପ୍ରବାସୀ କିଶୋର ରେzୀ, କାନାଡାରୁ ପ୍ରବାସୀ ଅଞ୍ଜୁ ବିର୍‌ମାନୀ ଉପସ୍ଥିତ ରହି ସ୍ୱଚ୍ଛ ଓ ସବୁଜ ଶକ୍ତି ବିକାଶକୁ ପ୍ରାଧାନ୍ୟ ଦେବା ସମ୍ପର୍କରେ ଆଲୋଚନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking