ଭୁବନେଶ୍ୱର : ଆଜି ପ୍ରବାସୀ ଭାରତୀୟ ଦିବସର ୨ୟ ଦିନ । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ସାମିଲ ହୋଇଛନ୍ତି ମୋଦି , ଜୁଏଲ ଓରାମ , ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ । ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଜନତା ମଇଦାନରୁ ଭିସିରେ ଶୁଭାରମ୍ଭ କଲେ ମୋଦି ା ପ୍ରବାସୀ ଭାରତୀୟଙ୍କୁ ମଞ୍ଚ ଉପରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ ରହିଛି । କହିଛନ୍ତି ଓଡିଶାର ବିକାଶରେ ସାମିଲ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ । ବ୍ୟବସାୟ ପାଇଁ ଓଡିଶା ଉପଯୁକ୍ତ ସ୍ଥାନ । ଏବେ ଓଡିଶା ପୂର୍ବୋଦୟ ମିଶନର ଫୋକସରେ ରହିଛି । ମୋଦିଙ୍କ ନେତୃତ୍ୱରେ ଓଡିଶାର ବିକାଶ ଦ୍ରୁତ ଗତିରେ ହେଉଛି । ପ୍ରାକୃତିକ ସୌନ୍ଦଯ୍ୟରେ ଭରପୁର ଓଡିଶା । ଚିଲିକା , ଗୋପାଳପୁର , ଶିମିଳିପାଳ ବୁଲନ୍ତୁ ଅଧିକ ଜାଣନ୍ତୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।










