20.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଶେଖ ହସିନାଙ୍କ ପାସପୋର୍ଟ ରଦ୍ଦ କଲା ବାଂଲାଦେଶ

ଶେଖ ହସିନାଙ୍କ ପାସପୋର୍ଟ ରଦ୍ଦ କଲା ବାଂଲାଦେଶ

ଢ଼ାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭିସା ଅବଧି ବୃଦ୍ଧି କରିଛି ଭାରତ । ଅଗଷ୍ଟ ମାସରୁ ଭାରତରେ ଆଶ୍ରୟ ନେଇଥିବା ହସିନାଙ୍କୁ ପ୍ରତ୍ୟାର୍ପଣ ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ନୂଆଦିଲ୍ଲୀକୁ କହି ଆସୁଛନ୍ତି । ଏପରି ସ୍ଥିତିରେ ଆଜି ଭାରତ ସରକାର ହସିନାଙ୍କ ଭିସା ଅବଧି ବୃଦ୍ଧି କରି ଦେଇଛନ୍ତି । ଏହାର ଅର୍ଥ ଭିସା ଅବଧି ଶେଷ ହେବା ଯାଏ ହସିନା ଭାରତରେ ରହିପାରିବେ । ଭିସା ଅବଧି ବୃଦ୍ଧି କରିବାର ଅର୍ଥ ନୁହେଁ ଯେ କାହାକୁ ଶରଣ ଦେବା । ଏହା ସଂପୂର୍ଣ୍ଣ ଭାବେ ଏବେ ବୈଷୟିକ ଅବଧି ବୃଦ୍ଧି । ତାଙ୍କୁ ଭାରତରେ ରହିବାକୁ କୌଣସି ଅସୁବିଧା ନହେଉ ତେଣୁ ଏଭଳି କରାଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।

ସୂଚନାଯୋଗ୍ୟ, ବାଂଲାଦେଶ ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ ଘଟିଥିଲା । ୧୪ ପୋଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଥିଲେ । ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନରେ ୨ଶହରୁ ଅଧିକ ଜୀବନ ଯାଇଥିଲା । ବାଂଲାଦେଶ ଇତିହାସରେ ହସିନା ହେଉଛନ୍ତି ବିଶ୍ୱର ପ୍ରଥମ ନାରୀ ନେତ୍ରୀ, ଯିଏକି ଅଧିକ ସମୟ ଏକ ସରକାରର ମୁଖ୍ୟ ଭାବେ ଦାୟିତ୍ୱ ନିଭାଇଛନ୍ତି । ବିକ୍ଷୋଭ ହିଂସାର ରୂପ ନେବାରୁ ହସିନା ଗୁପ୍ତ ଭାବେ ଭାରତ ଚାଲି ଆସିଥିଲେ । ସେବେଠାରୁ ସେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦିଲ୍ଲୀର କୌଣସି ସେଫ ହାଉସରେ ରହିଛନ୍ତି । ଏହାପରେ ଡିସେମ୍ବର ୨୩ରେ ବାଂଲାଦେଶର ଅନ୍ତରୀଣ ସରକାର ବିଧିବଦ୍ଧ ଭାବେ ଭାରତକୁ ହସିନାଙ୍କ ପ୍ରତ୍ୟାର୍ପଣ ପାଇଁ ଚିଠି ଲେଖିଥିଲେ । କିନ୍ତୁ ଏଯାଏ ଭାରତ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking