24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶପଡ଼ୋଶୀକୁ ହତ୍ୟା କଲେ ବାପ-ପୁଅ

ପଡ଼ୋଶୀକୁ ହତ୍ୟା କଲେ ବାପ-ପୁଅ

ନାସିକ: ମହାରାଷ୍ଟ୍ରର ନାସିକ ଜିଲ୍ଲାରୁ ଆସିଲା ଭୟଙ୍କର ଖବର । ବାପ-ପୁଅ ନିଜ ପଡ଼ୋଶୀଙ୍କୁ କଲେ ହତ୍ୟା । ହତ୍ୟା କରିବା ପରେ ମୃତକଙ୍କ କଟା ମୁଣ୍ଡକୁ ପୁଲିସ ଆଗରେ ନେଇ ରଖିଲେ । ଏବଂ ସ୍ଥାନୀୟ ପୁଲିସ ନିକଟରେ ସେ ଆତ୍ମସମର୍ପଣ କରିଥିଲେ । ସେମାନେ କାହିଁକି ଏପରି କଲେ, ତାହା ମଧ୍ୟ କହିଲେ । ବୁଧବାର ସକାଳେ ଡିଣ୍ଡୋରୀ ତାଲୁକାର ନାନାସୀ ଗାଁରେ ଏହି ଘଟଣା ଘଟିଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି । ଏହାପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ପୁଅକୁ ଅଟକ ରଖିଥିଲା ।

ଅଭିଯୁକ୍ତ ବ୍ୟକ୍ତିଙ୍କ ପୁଅର ବୟସ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୁରେଶ ବୋକେ (୪୦) ଓ ତାଙ୍କ ପୁଅ ଧାରୁଆ ଅସ୍ତ୍ରରେ ପଡ଼ୋଶୀ ଗୁଲାବ ରାମଚନ୍ଦ୍ର ୱାଘମାରେ (୩୫)ଙ୍କୁ ହତ୍ୟା କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆଖପାଖ ଥାନା ଓ ରାଜ୍ୟ ରିଜର୍ଭ ପୁଲିସ ଫୋର୍ସ (ଏସଆରପିଏଫ୍)ର ପୁଲିସ କର୍ମଚାରୀଙ୍କୁ ଗାଁରେ ମୁତୟନ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଉଭୟ ହତ୍ୟାକାରୀ ଏବଂ ୱାଘମାରେ ପଡ଼ୋଶୀ ଥିଲେ ଏବଂ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଥିଲା। ଡିସେମ୍ବର ୩୧ତାରିଖରେ ସେମାନେ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପରଦିନ ବୋକେ ଓ ତାଙ୍କ ପୁଅ ନିଜ ଝିଅକୁ ଖସିଯିବାରେ ସାହାଯ୍ୟ କରିଥିବା ସନ୍ଦେହରେ ୱାଘମାରେଙ୍କୁ ହତ୍ୟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking