26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶପିଏମ ପଦରୁ ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ

ପିଏମ ପଦରୁ ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ: କାନାଡ଼ାରୁ ବଡ଼ ରାଜନୈତିକ ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ନିଜ ଦେଶରେ ରାଜନୈତିକ ଚାପର ସମ୍ମୁଖୀନ ହେଉଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏଥିପାଇଁ ସେ ପିଏମ ପଦରୁ ଇସ୍ତଫା ଦେବେ। ରିପୋର୍ଟ ମୁତାବକ, ଜଷ୍ଟିନ ଟ୍ରୁଡୋ କାନାଡ଼ାର ପିଏମ ପଦରୁ ଆଜି ସୋମବାର ନଚେତ ଏହି ସପ୍ତାହ ମଧ୍ୟରେ ଇସ୍ତଫା ଦେବେ। ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳରେ କାନାଡ଼ାର ସଂପର୍କ ଭାରତ ସମେତ ଅନେକ ଦେଶମାନଙ୍କ ସହ ଖରାପ ହୋଇଛି। ଭାରତ ଦୃଷ୍ଟିକୋଣରୁ ଏହା ଏକ ଖୁସି ଖବର ଭାବରେ ବିବେଚନା କରାଯାଉଛି।

ଲିବରାଲ୍ ପାର୍ଟିର କକସ୍ ବୈଠକରେ ଟ୍ରୁଡୋଙ୍କୁ ଦଳର ନେତା ପଦରୁ ହଟାଇ ଦିଆଯାଇଥାନ୍ତା। ତେବେ ସେ (ଟ୍ରୁଡୋ) ତୁରନ୍ତ ଏହି ପଦରୁ ଇସ୍ତଫା ଦେବେ ନା ନୂତନ ନେତା ନିର୍ବାଚନ ପର୍ଯ୍ୟନ୍ତ ଏହି ପଦରେ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଟ୍ରୁଡୋଙ୍କ ଉପରେ ଚାପ ବଢ଼ି ଚାଲିଛି। ଟ୍ରମ୍ପ ତାଙ୍କୁ ନିରନ୍ତର ଟାର୍ଗେଟ କରୁଥିଲେ। ଟ୍ରମ୍ପଙ୍କ ବିଜୟ ପରେ ଏଲୋନ୍ ମସ୍କ ମଧ୍ୟ ତୁରନ୍ତ କହିଥିଲେ ଯେ ବର୍ତ୍ତମାନ ଟ୍ରୁଡୋ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking