29.1 C
Bhubaneswar
Monday, March 23, 2026
Homeଓଡିଶାଧନୁଯାତ୍ରା ପାଇଁ ବରଗଡ଼ରେ ସକାଳ ୮ଟାରୁ ସ୍କୁଲ୍

ଧନୁଯାତ୍ରା ପାଇଁ ବରଗଡ଼ରେ ସକାଳ ୮ଟାରୁ ସ୍କୁଲ୍

ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଲାଗି ଆଜିଠାରୁ ବରଗଡ଼ରେ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ସମ୍ଭାବ୍ୟ ଭିଡ଼କୁ ଆଖି ଆଗରେ ରଖି ଆଜିଠାରୁ ୧୩ ତାରିଖ ଯାଏ ସକାଳ ୮ଟାରୁ ଦିନ ୧ଟା ଯାଏ ବିଦ୍ୟାଳୟ ଖୋଲା ରହିବ। ୧୩ ତାରିଖ ପରେ ସ୍କୁଲର ସମୟ ପୂର୍ବବତ୍ ରହିବ। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ଜରିଆରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ଗତ ଶୁକ୍ରବାର ଉଦ୍‌ଘାଟିତ ହୋଇଥିଲା ୭୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ମଥୁରାନଗରୀରେ ଆରମ୍ଭ ହୋଇଛି ମହାରାଜ କଂସଙ୍କ ରାଜୁତି। ତ୍ରିପୁର ବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ମଥୁରାନଗରୀ ହୋଇଛି ଥରହର। କଳାକାରମାନେ ପୌରାଣିକ କଥାବସ୍ତୁର ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ ଅଭିନୟ କରି ପୁଣି ଲୋକଙ୍କୁ ଫେରାଇ ନେଇଛନ୍ତି ସେହି ଦ୍ୱାପର ଯୁଗକୁ। ଗତକାଲି ବିଜୁଳି କନ୍ୟାଙ୍କ ଦୈବବାଣୀ ମଞ୍ଚସ୍ଥ ହୋଇଥିଲା। ଆଜି ପୁତନା ଓ ଷଡମଲ୍ଲଙ୍କ ମଧ୍ୟରେ ଲଢେଇ ପରିବେଷିତ ହେବ। ଏବେ ବେଶ୍ ଜମିଛି ଧନୁଯାତ୍ରା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking