36.9 C
Bhubaneswar
Sunday, June 21, 2026
Homeଓଡିଶାସୋରରେ ଅଗ୍ନିକାଣ୍ଡ

ସୋରରେ ଅଗ୍ନିକାଣ୍ଡ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା  ସୋର ବ୍ଲକ ତଣ୍ଟେଇ  ପଞ୍ଚାୟତ   ଷୋଳ ଗାଁର   ବସନ୍ତ ସେଠୀଙ୍କ ଘରେ ନିଆଁ ଲାଗିଛି ।  ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଦୁଇ ବଖରା ସମେତ   ଲକ୍ଷାଧିକ ଟଙ୍କାର  ଆସବାବ ପତ୍ର  ପୋଡି ନଷ୍ଟ ହୋଇଯାଇଛି । ସମସ୍ତେ ଶୋଇଥିବା ବେଳେ ରାତିରେ ନିଆଁ ଲାଗିଛି । ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବସନ୍ତ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking