24.1 C
Bhubaneswar
Monday, March 23, 2026
Homeଓଡିଶାବାଣ ବିସ୍ଫୋରଣ: ଦୁଇ ମୃତ

ବାଣ ବିସ୍ଫୋରଣ: ଦୁଇ ମୃତ

ଜଗତସିଂହପୁର : ପୁଣି ବାଣ ନେଲା ଜୀବନ। ଶୁକ୍ରବାର ବିଳମ୍ବିତ ରାତିରେ ଜଗତସିଂହପୁର ସ୍ଥାନୀୟ ଗାନ୍ଧୀ ଛକ ପାଖ ବଡବାଗ ମିଲ ଛକ ନିକଟରେ ବାଣ ବାଣ ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗତକାଲି ମିଲ ଛକ ନିକଟରେ ରହୁଥିବା ବାଣ ବ୍ୟବସାୟୀ ସୁଶୀଲ ଦାସଙ୍କ ଘରେ ହଠାତ୍ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଶଦ୍ଦ ଶୁଣି ଆଖପାଖ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇଆସିଥିଲେ। ସ୍ଥାନୀୟ ଲୋକେ ଭୁଶୁଡି ପଡିଥିବା ଛାତ ତଳୁ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ରାଜେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ରାନୀ ଦାସଙ୍କର ମୃତ୍ୟୁ ଘଟିଥିଲା। ମୃତ ରାଜେଶଙ୍କ ଭାଇ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଜଗସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍କତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିବାହ ଋତୁ ଚାଲିଥିବାରୁ ସେ ବାଣ ପ୍ରସ୍ତୁତ କରୁଥିବାବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking