28.1 C
Bhubaneswar
Tuesday, March 31, 2026
Homeଓଡିଶାଜାନୁଆରୀରେ ହେବନି ବେଶୀ ଶୀତ

ଜାନୁଆରୀରେ ହେବନି ବେଶୀ ଶୀତ

ଭୁବନେଶ୍ବର : ଚଳିତ ମାସରେ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେବା ସମ୍ଭାବନା ନାହିଁ। ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିପାରେ। ଫଳସ୍ବରୂପ ରାଜ୍ୟରେ ଶୀତ ପ୍ରକୋପ କମ୍‌ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ରାତି ତାପମାତ୍ରା ଜି.ଉଦୟଗିରିରେ ରାତି ତାପମାତ୍ରା ୬.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୯.୨ ଡିଗ୍ରୀ ରହିଛି। କିରେଇ ୯.୭, ଚିପିଲିମା ୧୦.୯, ସେମିଳିଗୁଡ଼ା ୧୦.୧, ଦାରିଙ୍ଗବାଡ଼ି ୧୧.୫, ଫୁଲବାଣୀ ୧୧, ସୁନ୍ଦରଗଡ଼ ୧୦.୭, କେନ୍ଦୁଝର ୧୨.୪, ଅନୁଗୋଳ ୧୩, ବାରିପଦା ୧୨.୬, ବାଲେଶ୍ବର ୧୩.୩, ଭୁବନେଶ୍ବର ୧୫.୨ ଏବଂ କଟକରେ ୧୬.୪ ଡିଗ୍ରୀ ରହିଛି।

ଝାରସୁଗୁଡ଼ାରେ ଡିସେମ୍ବର ୨୯ରେ ସକାଳ ସାଢ଼େ ୫ଟାରେ ତାପମାତ୍ରା ୧୮.୪ ଡିଗ୍ରୀ ରେକର୍ଡ ହୋଇଥିଲା। ଦୁଇଦିନ ପରେ ଡିସେମ୍ବର ୩୧ ମଧ୍ୟରାତିରୁ ରାତି ତାପମାତ୍ରା କମିବା ଦ୍ବାରା ଜାନୁଆରୀ ୧ ସକାଳ ସାଢ଼େ ୫ଟାରେ ସେଠାରେ ତାପମାତ୍ରା ୧୧ଡିଗ୍ରୀ ରେକର୍ଡ ହୋଇଛି। ଦୁଇଦିନ ମଧ୍ୟରେ ତାପମାତ୍ରା ୭.୪ଡିଗ୍ରୀ କମିଛି। କେବଳ ଝାରସୁଗୁଡ଼ା ନୁହେଁ, ଦାରିଙ୍ଗବାଡ଼ି, ଫୁଲବାଣୀ, ସୁନ୍ଦରଗଡ଼, ସେମିଳିଗୁଡ଼ା, ଜି.ଉଦୟଗିରି ଆଦି ଅନେକ ସମତଳ ଓ ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ବୁଧବାର ସକାଳେ ଅନୁଗୋଳ, ଫୁଲବାଣୀ, ଭବାନୀପାଟଣା, କେନ୍ଦୁଝର ଏବଂ ଗୋପାଳପୁରରେ କୁହୁଡ଼ି ଅନୁଭୂତ ହୋଇଥିଲା। ଆଜି ସକାଳେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦେଖିବାକୁ ମିଳିଛି । ଅନୁଗୋଳ ଏବଂ କନ୍ଧମାଳ ଜିଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ପଡ଼ିବା ସମ୍ଭାବନା ଥିବାରୁ ଉକ୍ତ ଦୁଇ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking