27.1 C
Bhubaneswar
Thursday, April 16, 2026
Homeଓଡିଶାଟ୍ରେନରେ ସଟ ସର୍କିଟ :  ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଟ୍ରେନରେ ସଟ ସର୍କିଟ :  ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଝାରସୁଗୁଡା : ଟ୍ରେନରେ ସଟସର୍କିଟ । ଟଳିଲା ବଡ ଧରଣର ବିପଦ ।  ଝାରସୁଗୁଡ଼ା – ଗୌନ୍ଦିଆ ପାସେଞ୍ଜର। ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ହେଲା ସର୍ଟ ସର୍କିଟ । ପେଣ୍ଟୋରୁ ବିଦ୍ୟୁତ୍ ପ୍ରବାହିତ ହୋଇ ବଗିଗୁଡ଼ିକର ବୈଦ୍ୟୁତିକ ସରଞ୍ଜାମ ଢୋ ଢା ହୋଇ ଫୁଟିଥିଲା। ପ୍ରବଳ ଶବ୍ଦରେ ଲୋକେ ଆତଙ୍କିତ ହୋଇ ଯାଇଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ଆଜି ସକାଳ ୬ଟା୨୦ରେ ଘଟିଛି ଏହି ଘଟଣା। ସକାଳ ସାଢେ ୮ଟା ପରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି। ରେଳବାଇ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମରାମତି ଜାରି ରଖିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking